STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ପ୍ରେମର ସ୍ୱରୂପ

ପ୍ରେମର ସ୍ୱରୂପ

1 min
164

ପାର୍ଥିବ ସଂସାରରେ ବିଷୟ ସମ୍ପତ୍ତି 

ପଦ ପଦବୀ ଧନ ମାନ ସବୁ ଥାଇ 

ଲାଗୁଥାନ୍ତା ଶୁଷ୍କ ମରୁ ବାଲି ଖାଲି ଖାଲି

ଯଦି ନଥାନ୍ତା ଭଲ ପାଇବାର ବନ୍ଧନ


ଏପରି ବନ୍ଧନ ଯାହା ଶିହରାଏ ତନୁମନ

ମୁକୁଳିବାର ନଥାଏ ସାମାନ୍ୟ ପ୍ରୟାସ 

ନେବାରେ ନୁହେଁ ଦେବାରେ ଥାଏ ଆନନ୍ଦ 

ହାସଲ ନୁହେଁ ତ୍ୟାଗରେ ତା'ର ସାର୍ଥକତା


ଦୁଇ ଆତ୍ମା ମିଶି ଗାଏ ମଧୁର ଗଜଲ

ମାଆର ମମତା ସିଏ ପିତାର ପାଳନ

ଭାଇ ଭଉଣୀ ମଝିରେ ରାକ୍ଷୀର ବନ୍ଧନ

ପ୍ରକୃତି ପୁରୁଷ ପରି ଅବା ପ୍ରେମୀ ଯୁଗଳ


ଜନ୍ତୁ ସହ ଜଙ୍ଗଲର ମିଳନ ପରି

ପକ୍ଷୀ ସହ ନୀଳ ଆକାଶ ପରି

ମୀନ ସହ ନଦୀର ସମ୍ପର୍କ ପରି

ଆତ୍ମା ପରମାତ୍ମାଙ୍କ ମିଳନ ପରି ପ୍ରେମ


ପାର୍ଥିବ ଆଶା ଆକାଙାକ୍ଷା ଉର୍ଦ୍ଧ୍ଵରେ 

ସାମାଜିକ ବାଧା ବନ୍ଧନକୁ ଟପି 

ପ୍ରେମ ଉଡାଏ ତା' ଜୈତ୍ର ବାନା

ବାସ୍ତବରେ ପ୍ରେମ ହିଁ ତ ଈଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract