STORYMIRROR

Puspanjali Panda

Abstract

2  

Puspanjali Panda

Abstract

ପ୍ରେମର ରଙ୍ଗ ଫିକା

ପ୍ରେମର ରଙ୍ଗ ଫିକା

1 min
143

ତମେ କହୁଥିଲ

ମୋ ବିନା ବଞ୍ଚିବା

ସମ୍ଭବ ନୁହେଁ ଏ ଜନମେ

ସେଥିପାଇଁ ବୋଧେ

ନାଲି ସିନ୍ଦୁର କୁ

ଦେଲେ ନାହିଁ ତୁମ କରମେ

ପ୍ରେମ ରଙ୍ଗ ଫିକା

ପଡିଗଲା କିମ୍ବା

ରଙ୍ଗରେ ଭେଜାଲ ମିଶିଛି

ବାଟରେ ଘାଟରେ

ଭେଟ ହେଲାପରେ

ଅଜଣା ବୋଲି ମୁଁ କହିଛି

କେ ଜାଣେ ମୋ କଥା

ମନେ ରଖିବାକୁ

କେତେ କେତେ ରାଣ ଦେଇଛ

ରଙ୍ଗ ଫିକା ସିନା ପ୍ରେମ ର ପଡିଲା

ଏଯାଏ ମନରେ ରହିଛ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract