STORYMIRROR

Samar Ballav Bhoi

Abstract Romance Inspirational

4  

Samar Ballav Bhoi

Abstract Romance Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
195


ପ୍ରେମ ଏକ ଝରଣାର ଝରଝର ରାସ୍ତାଟିଏ

ଲମ୍ବା ସପନର ମାଇଲି ମାଇଲି ଇଛାଟିଏ

କେତେବେଳେ ସତ ପୁଣି

କେତେବେଳେ ଝୁଣ୍ଟିପଡିବାର ଇଛାଟିଏ

ହୋଇପାରେ ଉପରକୁ ଉଠିବାର ଆଶରା 

କିମ୍ବା ଖୋଜିବାର ନୀରବ ଭାବନାଟିଏ  ।।


ପ୍ରେମ ଏକ ଅସ୍ପଷ୍ଟ ଅମାଅନ୍ଧାରଟିଏ

ପୁନଃ ଉଜ୍ବଳତମ ଦୀପର ଶିଖାଟିଏ

ହୋଇପାରେ ଶ୍ବନ୍ୟତାର ଉଜ୍ବଳ ତାରାଟିଏ

ଅମାନିଆ ଅନ୍ଧାର ରାତ୍ରିର ଭରଷାଟିଏ ।।


ପ୍ରେମ ଏକ ବ୍ୟଗ୍ରତାର ଭଣ୍ଡାର ଘରଟିଏ

କେତେବେଳେ ସ୍ଥିର ପୁଣି

କେତେବେଳେ ସମୁଦ୍ରର ଉତ୍ତାଳ ତରଙ୍ଗଟିଏ

ହୋଇପାରେ ଅମାବସ୍ୟାର ଅନ୍ଧକାର

କିମ୍ବା ଚନ୍ଦ୍ରର କଅଁଳ ଜୋସ୍ନାଟିଏ     ।।


ପ୍ରେମ ଏକ ଚିରନ୍ତନ ସତ୍ୟତାର ସାହିତ୍ୟଟିଏ

କେତେବେଳେ କବିର କବିତା

ପୁଣି କେତେବେଳେ ରମ୍ୟ ରଚନାରେ ଆବେଗଟିଏ

ହୋଇପାରେ ସତ୍ୟ ର ସନ୍ଧାନ କିମ୍ବା 

ଭାବନାର ଦିଗନ୍ତ ସ୍ପଷ୍ଟଚିତ୍ରଟିଏ     ।।


ପ୍ରେମ ଏକ ସନ୍ଦେହର ଉଦାହରଣଟିଏ

କେତେବେଳେ ସହଜ ମାନସାଙ୍କ

ପୁଣି କେତେବେଳେ ଉହ୍ଲସିତ ଇତିହାସଟିଏ

ହୋଇପାରେ ସମାଧାନ କିମ୍ବା ଭାବନାର ଅନୁଭବଟିଏ               ।।


ପ୍ରେମ ଏକ ଆକସ୍ମିକ ଘଟଣାଟିଏ

କେତେବେଳେ ଅପରାଧ ପୁଣି

କେତେବେଳେ ପ୍ରାୟଶ୍ଚିତ୍ତର ପ୍ରମାଣଟିଏ

ହୋଇପାରେ ବ୍ୟତିକ୍ରମ କିମ୍ବା

ଘଟଣାର ଲମ୍ବା ମାନଚିତ୍ରଟିଏ        ।।


ପ୍ରେମ ଏକ ବିଶ୍ବାସର ସ୍ପଷ୍ଟ ଚିତ୍ରଲିପିଟିଏ

କେତେବେଳେ ହୃଦୟର ସ୍ପନ୍ଦନ

ପୁଣି କେତେବେଳେ ଭାବନାର ଭବ୍ୟ ଗନ୍ତାଘରଟିଏ

ହୋଇପାରେ ବିଦଗ୍ଧ କାହାଣୀ କିମ୍ବା

ଶତ ସପନର ପାହଚଟିଏ         ।।


ପ୍ରେମ ଏକ ମାଆର ପଣତ କାନୀଟିଏ

କେତେବେଳେ ସନ୍ତାନର ହସ ପୁଣି

କେତେବେଳେ ସନ୍ତାନର ଅଝଟପଣିଆଟିଏ

ହୋଇପାରେ ସେ ମାଆର ସ୍ନେହ କିମ୍ବା

ଅନ୍ତରର କୋହଟିଏ            ।।


ପ୍ରେମ ଏକ କବିଙ୍କ ଉହ୍ଲସିତ ଭାବନାଟିଏ

କେତେବେଳେ ଲମ୍ବା ଲମ୍ବା କାହାଣୀ

ପୁଣି କେତେବେଳେ ନଦୀପଠା,ଆମ୍ବତୋଟା ର ବର୍ଣ୍ନିତ ରୁପଟିଏ

ହୋଇପାରେ ପ୍ରିୟାର ରୁପରେଖ କିମ୍ବା

ବିଦଗ୍ଧ କାହାଣୀର ସ୍ପଷ୍ଟଚିତ୍ରଟିଏ      ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract