Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Romance Classics

3  

Bidyadhar Mantry

Abstract Romance Classics

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
134



ପ୍ରେମ ବି ପ୍ରକାର ଭେଦରେ

ବିଭାଜନ ଓ ଛେଦନ କରିବା ପ୍ରେମ

ବିସ୍ତାର ଓ ସଂଯୋଗ କରିବା ପ୍ରେମ

ସମ୍ପୂର୍ଣ ପୂର୍ଣ୍ଣ ପ୍ରେମ

ଶୂନ୍ୟ ସ୍ଥାନ ପୂରଣ କରିବା ପ୍ରେମ।


ଯେଉଁ ପ୍ରେମ ସ୍ଵତନ୍ତ୍ର,ତାହା ଅତି ପାଖରେ

ପ୍ରେମ ପାଖରେ,ଦୁନିଆର ଅନୁଭବ ବି ସ୍ଵତନ୍ତ୍ର।


କେଉଁଠି ପ୍ରେମରେ ଇଚ୍ଛା ପୂରଣ ହୋଇ ବି ଅଧୁରା

କେଉଁଠି ପ୍ରେମରେ ଇଚ୍ଛା ପୁରାପୁରି ସମ୍ପୂର୍ଣ୍ଣ।


କେଉଁଠି ପ୍ରେମରେ ହରାଇବା ଠୁ ସ୍ଵାଧୀନତା ଡର

କେଉଁଠି ପ୍ରେମରେ,ପ୍ରେମର ସମ୍ପୂର୍ଣ୍ଣ ସ୍ଵାଧୀନତା।


କେଉଁଠି ପ୍ରେମ ଖାଲି ଥିବା ହୃଦୟ ପୂରଣ

କେଉଁଠି ପ୍ରେମ ,ହୃଦୟ ଭରା ପ୍ରେମ।


କେଉଁଠି ପ୍ରେମ କେବଳ କଥାବାର୍ତ୍ତା ରେ ସୀମିତ

କେଉଁଠି ପ୍ରେମରେ କିଛି ଭିନ୍ନତା ନାହିଁ।


କେଉଁଠି ପ୍ରେମ ସମୟ ଓ ଦୂରତା କୁ ବଦଳାଏ

କେଉଁଠି ପ୍ରେମ ଏ ସବୁଠୁ ବାହାରେ 


ପ୍ରେମ ,ପୂର୍ଣ୍ଣିମା ର ଚାନ୍ଦ ପରି ଅନୁଭବ

ଚାନ୍ଦ ର ଅନୁଭବ କିଛି ସ୍ଵତନ୍ତ୍ର

ମଦ୍ୟ ପାନରେ ନିଶା ପରି

ପ୍ରେମର ପରିଚୟ ହିଁ ସୁରା ର ସାଗର

ପ୍ରେମରେ ମଧୁର ସୁଗନ୍ଧ

ପ୍ରେମ,ନୀରବରେ ଉଡୁଥିବା ଆକାଶର ପକ୍ଷୀ

ପ୍ରେମରେ ବି ଅଗ୍ନି ର ସାଗର

ପ୍ରେମ,କାଦୁଅରେ ଖେଳୁଥିବା ପିଲା

ପ୍ରେମ,ବିନା କାରଣରେ ହସୁଥିବା ଓଠ।


ପ୍ରେମ,ଅଯଥା ଗର୍ଜନ କରୁଥିବା ଯୁବକ ପରି

ପ୍ରେମ ଅଢ଼େଇ ଅକ୍ଷର ର କେବଳ ମିଶ୍ରଣ ନୁହେଁ

ପ୍ରେମ ତ ରାସ୍ତାରେ କୁକୁର ର ଖେଳ ପରି ଖେଳ

ପ୍ରେମର ପରିଭାଷା ଜ୍ଞାନ ରେ ହେଉ ପ୍ରେମ ଖେଳ।






Rate this content
Log in

Similar oriya poem from Abstract