Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Inspirational

3  

Madhusmita Prusty

Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
240


ପ୍ରେମ ଅଟେ ସିନା ଶାଶ୍ୱତ ନିର୍ମଳ 

ଗଙ୍ଗାର ପବିତ୍ର ଧାରା, 

ଶ୍ରୀକୃଷ୍ଣଙ୍କ ପ୍ରେମେ ପାଗଳିନୀ ସାଜି 

ରଙ୍କ ହେଲେ ରାଧାମୀରା |


ପ୍ରେମେ ଯଶସ୍ୱୀନି ଗୋପୀ ଗୋପାଳୁଣୀ 

ବଂଶୀସ୍ୱରେ ହୋଇ ବାଇ, 

ଯମୁନା କୂଳକୁ କଦମ୍ବ ମୂଳକୁ 

ଯାଉଥିଲେ ନୀତି ଧାଇଁ |


ମଧୁର ରାଗିନୀ ସ୍ୱର ପଲ୍ଲବିନୀ 

ବଂଶୀ ରାଗ ମନୋହର, 

ମାୟା ମୋହନଙ୍କ ସାନ୍ନିଧ୍ୟ ନିମନ୍ତେ 

ଗୋପନାରୀ ଯେ ଅଧୀର |


ଭକ୍ତ ସତେ ବାଇ ଆରାଧ୍ୟଙ୍କ ପାଇଁ 

ଦର୍ଶନର ଆଶା ନେଇ, 

ବାସ୍ତବ ପ୍ରେମର ପରିଭାଷା ଇଏ 

ସାକ୍ଷୀଛନ୍ତି ମୀରାବାଇ |


ସ୍ଵଚ୍ଛ ହୃଦୟରେ ସମର୍ପଣ ଭାବ 

ପ୍ରଭୁ ପାଦେ ରଖି ଲୟ, 

ନିର୍ଭୟ ଅଭୟ ମିଳିତ ପାରିବ 

ପ୍ରେମର ହେବ ବିଜୟ |



Rate this content
Log in

Similar oriya poem from Inspirational