Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Abstract

3  

Debaki Behera

Abstract

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
267



ଖରାରେ ଶୀତଳ ଛାଇଟେ ପ୍ରେମ l

ଜିତିବାର ସ୍ୱାଦ ଅଟେ ପ୍ରେମ l

ଗୀତର ସୁନ୍ଦର ମୂର୍ଚ୍ଛନା ପ୍ରେମ l

କବି ର ସୁନ୍ଦର କଳ୍ପନା ପ୍ରେମ l

ସନ୍ତାନ ର କୁଆଁ ଡାକରେ ପ୍ରେମ l

ମାଆର ମମତା ଅଟେଯେ ପ୍ରେମ l

ପିତାର ତାଗିଦ ଅଟେଯେ ପ୍ରେମ l

ଭାଇର ରାକ୍ଷୀର ସୁତା ରେ ପ୍ରେମ l

ଭଉଣୀ ମନର ବିଶ୍ୱାସ ପ୍ରେମ l

ସ୍ୱାମୀର ଅଭିମାନ ବୁଝାଏ ପ୍ରେମ l

ସ୍ତ୍ରୀ ର ସ୍ୱାଭିମାନ ଅଟଇ ପ୍ରେମ l

ବନ୍ଧୁଟି ବନ୍ଧୁ ର ଜୀବନ ପ୍ରେମ l

ପ୍ରେମିକା ପ୍ରେମିକ ଆତ୍ମାରେ ପ୍ରେମ l

ଈଶ୍ୱରଙ୍କ ଉପାସନା ରେ ପ୍ରେମ l

ଭକ୍ତି ଭାବା ମନ ଡାକରେ ପ୍ରେମ l

ବାତ୍ସଲ୍ୟ ମମତା ଅଟଇ ପ୍ରେମ l

ଯଶୋଦା ମନର ଚିନ୍ତାରେ ପ୍ରେମ l

ଗୋଟିଏ ଖିଅରେ ବାନ୍ଧେଯେ ପ୍ରେମ l

ମୀରା ର ଅତୁଟ ଭକ୍ତି ରେ ପ୍ରେମ l

ରାଧାର ମନରେ କୁଞ୍ଜ ଟି ପ୍ରେମ l

ଦେବଦାସୀ ନୃତ୍ୟ ଠାଣି ରେ ପ୍ରେମ l

ଶିବ ଓ ଶକ୍ତି ର ସଙ୍ଗମ ପ୍ରେମ l

ଗ୍ରୀଷ୍ମର ତୃଷ୍ଣା ରେ ଜଳ ଟି ପ୍ରେମ l

ଶୀତୁଆ ରାତ୍ରି ରେ ଉଷ୍ମତା ପ୍ରେମ l

ମନ ର ଆବେଗ ସମ୍ଭୋଗ ପ୍ରେମ l

ଦୁଃଖରେ କାନ୍ଧର ଆସରା ପ୍ରେମ l

ଖୁସିରେ ଲୁହର ଦିଟୋପା ପ୍ରେମ l

ଜୀବନ ଜିଇଁବା ଶିଖାଏ ପ୍ରେମ l

ଜୀବନ ର ଶେଷ ଆଲିଙ୍ଗନ ପ୍ରେମ l

ମାଟିର କୋଳରେ ମିଶିବା ପ୍ରେମ l

ମାଟି ଓ ଆକାଶ ମିଳନ ପ୍ରେମ l

ଚାନ୍ଦ ଓ ଚାନ୍ଦିନୀ ଅର୍ଥଟି ପ୍ରେମ l

ପୁଷ୍ପରେ ଭ୍ରମରର ଗୁଞ୍ଜନ ପ୍ରେମ l

ବର୍ଷା ରେ ମୟୂର ନୃତ୍ୟ ରେ ପ୍ରେମ l

ବୀର ଯବାନ ଙ୍କ ମାଟିର ପ୍ରେମ l

କୃଷକ ର ଚାଷ ଜମି ର ପ୍ରେମ l

ଗୋଧୂଳି ରେ ଗାଈଗୋଠ ର ପ୍ରେମ l

ସୃଷ୍ଟିର ଆଧାର ଅଟଇ ପ୍ରେମ l

ଚିରନ୍ତନ ସତ୍ୟ ସୁନ୍ଦର ପ୍ରେମ l



Rate this content
Log in

Similar oriya poem from Abstract