STORYMIRROR

Durjyodhan Barik

Inspirational

3  

Durjyodhan Barik

Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
244


ପ୍ରେମ ପରିଭାଷା ଜାଣେ ନାହିଁ ମୁହିଁ

ଜାଣେନି ପ୍ରକାର ପୁଣ 

ଦୁଇ ହୃଦୟର ମିଳନ ଘଟିଲେ

ପ୍ରେମଟି ହୁଏ ଉତ୍ପନ୍ନ ।

ସବୁ ପ୍ରେମ ମଧ୍ୟେ  ଶାଶ୍ଵତ ପ୍ରେମଟି

ହୋଇ ଥାଏ ସର୍ବୋତ୍ତମ,

ରାଧା କୃଷ୍ଣ ଙ୍କର ଅପୂର୍ବ ମିଳନ

ମନୋହର ଅନୁପମ ।

ପ୍ରକାର ଭେଦ ରେ ପ୍ରେମ ଯେ ଅଟଇ

ଶାଶ୍ଵତ ଗନ୍ଧର୍ବ ନର,

ରାକ୍ଷସ ଅଥବା ପାଶବିକ ପ୍ରେମ

ଏମନ୍ତ ଚାରି ପ୍ରକାର ।

ରାଧା ପାଦେ ବସି କୃଷ୍ଣ ଦେଲେ ବାର୍ତ୍ତା

ନାରୀ ସଦା ସମ୍ମାନୀୟା୍

ରାଧା କୃଷ୍ଣ ଙ୍କର ଶାଶ୍ଵତ ବାରତା

ବୁଝନ୍ତୁ ସାରା ଦୁନିଆଁ ।

ନାରୀ ସମ୍ମାନୀୟା ରାଧା ପାଦେ କୃଷ୍ଣ

ସୃଷ୍ଟି କୁ ଦେଖାନ୍ତି ଦୀଶା,

ଶାଶ୍ଵତ ପ୍ରେମଟି ଅଟେ ଅନୁପମ

ଏ ପ୍ରେମର ପରିଭାଷା ।


      



Rate this content
Log in

Similar oriya poem from Inspirational