STORYMIRROR

Sunita Kar

Romance Classics Others

3  

Sunita Kar

Romance Classics Others

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
232


ପ୍ରେମ

ସେ କି' ଇନ୍ଦ୍ରଧନୁର ସପ୍ତରଂଗ?

ନା, ସେ ରଂଗରେ ସାଜିଥିବା ସୁନ୍ଦର ଆକାଶ?

ଦରଫୁଟା ଫୁଲର ମହକ

ନା, ସେ ଫୁଲରେ ରସିଥିବା ଛବିଲା ପ୍ରଜାପତି?

ପଙ୍କୁ ଜାତ ପଙ୍କଜ କି ସେ

ନା, ତା'ପଲ୍ଲବେ ଢଳ ଢଳ ଜଳବିନ୍ଦୁ?

ଶ୍ରାବଣର ଶ୍ରାବଣୀ ଯୋଛନା

ନା, ସେ ଯୋଛନା ରେ ଭିଜା ଲାଜକୁଳୀ ମଲ୍ଲିକାକଳି ?


କହି କି ପାରିବ କେ

ପ୍ରେମର ରୂପ, ରଂଗ, କାୟା ବା ଅସ୍ତିତ୍ବ

ସେ ତ ଏକ ମୋହାଛ୍ଛନ ଶୀତରାତି,

ବୈଶାଖର ବଟକଳ୍ପ ଛାଇ,

ଶରତର ମତୁଆଲା କାଶତଣ୍ଡୀ,

ବସନ୍ତର ସୁରଭିତ ସମୀର ।

ଜନନୀର ପଣତକାନି ସେ

ଜାୟାର ମୁକୁଳା ରେଶମୀ କେଶ କାନ୍ତି

ଭଗିନୀ-ପ୍ରତିଶୃତିର ଦି'ଖିଅ ସୂତା।

କର୍ମରେ ପ୍ରେମ, ଧର୍ମରେ ପ୍ରେମ,

ଥାଏ ସେତ ଭାବରେ , ମୁକ୍ତିରେ

ଆଦି ଠୁ ଅନ୍ତ ଯାଏ ସୂପ୍ତ ବା ଜାଗ୍ରତେ

ସଭିଏଁ ସମାବୃତ ପ୍ରେମର ବନ୍ଧନେ।

         

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance