STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ପ୍ରେମର ପରିଭାଷା..

ପ୍ରେମର ପରିଭାଷା..

1 min
303


ପ୍ରିୟାଂଶୁ ପ୍ରିୟତମା, 


ତୁମେ ମୋର ନୀରବ କବିତା, 


ମୋର ଭାବର ଭାବାର୍ଥ,


ଶବ୍ଦ ବ୍ରହ୍ମ,ଭାଷା ଓ ପରିଭାଷା, 


ସେ ଶବ୍ଦର ଗଭୀରତା ମାପିବାକୁ 


ଖୋଜେ ଯେତେ ଶବ୍ଦ, ପ୍ରତିଶବ୍ଦ, 


ମିଳେ ନିଃଶବ୍ଦ ନୀରବତା, 


ସେ ଶବ୍ଦର ନିଖୁଣତା ପରଖିବାକୁ 


ମୋତେ ଅବ୍ଦଟିଏ ଲୋଡ଼ା, 


ସେ ଅର୍ଥର ଯଥାର୍ଥତା ନିରେଖିବା 


ବୋଧେ ମନସ୍ତତ୍ତ୍ୱ ଖୋଜା, 


ସେ ଭାବର କ୍ଷୀପ୍ରତା ଜାଣିବାକୁ 


ଖୋଜେ ଯେବେ ପରିମାପ ଯନ୍ତ୍ର 


ମିଳେ ମୁଠାଏ ଶୂନ୍ୟତା..? 


ହେ ମୋର ମୀମାଂଶୁ ମନୋରମା, 


ତୁମେ ମୋ ପ୍ରେମର ପ୍ରତିମା, 


ସେ ପ୍ରେମର ସାର୍ଥକତା ପାଇବାକୁ 


କରେ ଯେତେ ଯତ୍ନ,ପ୍ରଯତ୍ନ, 


ଯେତେ ପରିପକ୍ୱ ପ୍ରତୀକ୍ଷୀତ ପନ୍ଥା 


ମିଳେ ନିଃସର୍ତ୍ତ ଯନ୍ତ୍ରଣା, 


କୁଢ଼ କୁଢ଼ ଭାବ,ଲୟର ଇନ୍ଦ୍ରଜାଲ , 


ସୃଜେ ଯେବେ ନିଃସଙ୍ଗ କବିତା, 


କବିତା ସେ ନିଃସ୍ୱ ନିର୍ଲିପ୍ତ ସ୍ଥାଣୁତା 


ମିଳେ ପ୍ରଲୁବ୍ଧ କ୍ଳୀବତା..!


ତୁମେ ନିଶ୍ଚେ ମାନିବ ମାନସୀ 


ତୁମ ମର୍ମ ଭେଦି ଗାଥା, 


ସ୍ଵୟଂଭୂ ରଚନାର ନୀରବ କବିତା 


ନିତ୍ୟ ନୈପୁଣ୍ୟତା, ତଲ୍ଲିନତା, 


ମନ ଖୋଲି ଭାଙ୍ଗିଥିଲ ସେ ପ୍ରଂସୁଳ 


ମୌନତା, ମୋ ମରମର କଥା 


'ଆରେ ବାଃ'..! ଚମତ୍କାର...!!


ତୁମ ଭାବନା, ତୁମ ହୃଦୟ ସଂହିତା, 


ନିଚ୍ଛକ ଶବ୍ଦର ପରି ପୂର୍ଣ୍ଣତା, 


ପରିବ୍ୟାପକତା,


ସେଇ ଆପେକ୍ଷିକ ଶବ୍ଦ ତତ୍ତ୍ୱ ଭେଦ 


ପ୍ରେମ ପରିଭାଷା, 


ଏବେ ଚିର ପ୍ରତିକ୍ଷୀତ, ପ୍ରଶ୍ନବାଚୀ 


ଆଉ ଭାଙ୍ଗେ ନୀରବତା..!!!


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance