STORYMIRROR

Subhalaxmi Nayak

Romance

3  

Subhalaxmi Nayak

Romance

ପ୍ରେମର ଗୀତି

ପ୍ରେମର ଗୀତି

1 min
353

ବହୁ ଦୂରେ ଅଛ ସତ !!

କିନ୍ତୁ ହୃଦୟ ସୀମାରେଖା ଡେଇଁ ପାରିବନି


ସ୍ମୃତିରୁ ଲିଭି ଯିବି ସତ !!

କିନ୍ତୁ ଇଚ୍ଛା କରି ବି ଭୁଲି ପାରିବନି


ହଜାରେ ମିଛ ବାହାନା ମିଳିଯିବ ସତ !

କିନ୍ତୁ ସଂଯୋଗ ଏମିତି ଯେ,

ସାଗରର ଢେଉ ବି ଏ କାହାଣୀକୁ ଲିଭେଇ ପାରିବନି


ସ୍ୱପ୍ନ ରାଇଜର ରାଜକନ୍ୟା ମୁଁ

ଇନ୍ଦ୍ରଧନୁ ସାଜି ଆସ ତ ତୁମେ ।


ନିମିଷକର ମିଳନ ଆମର

ଦୂର ଦିଗବଳୟ ତୀରେ ।


ସପନେ ନାହିଁ ତ କାହାର ଠିକଣା

ଭାଙ୍ଗିଗଲା ପରେ ବିରହ ଯନ୍ତ୍ରଣା ।


କୁହ ସାଥୀ !

ତୁମେ ସତେ ଆସିବ କି ?

ଫଗୁଣ ଫେରିଲା ପରେ



Rate this content
Log in

Similar oriya poem from Romance