STORYMIRROR

Kumar Mrutyunjay

Romance

3  

Kumar Mrutyunjay

Romance

ପ୍ରେମର ଦ୍ରୁମ

ପ୍ରେମର ଦ୍ରୁମ

1 min
11.6K

ପ୍ରୀତି ଫଗୁଣରେ ମନ ଅଗଣାରେ 

ଫୁଟିଛି ପ୍ରେମର ଫୁଲ 

ଆଦରେ ଯତନେ ବଢ଼ାଇଛି ବୋଲି 

ଦେଇଛି ଅମାପ ମୂଲ |


ଦାରୁଣ ବୈଶାଖ ମୁଷଳ ଆଷାଢ଼ 

କେବେ ଅବା ଶୀତ ଲହରୀ 

ସବୁ ଶତ୍ରୁ ଠାରୁ ରଖିଛି ମୁଁ ତାକୁ 

ହୋଇଣ ଜାଗ୍ରତ ପ୍ରହରୀ |


ସେନେହ ଶରଧା ପେରମ କବିତା 

ପାଇ ଛୋଟ ବୀଜ ଆଜି 

ବୃହତ ବୃକ୍ଷରେ ପରିଣତ ହେଲା 

ସୂର୍ଯ୍ୟ ଚନ୍ଦ୍ର ହେଲେ ସାକ୍ଷୀ |


ରହିଛି ରହିବି ତୋହରି ପାଇଁ ଲୋ 

ପ୍ରିୟା ମୋ ଅଳକାନନ୍ଦା 

ଏମିତି ବଢିବ ଆମ ପ୍ରେମ ଦ୍ରୁମ 

ସାତ ସୁରେ ହୋଇ ବନ୍ଧା |


ଗଛ ନୁହେଁ ଏହା ଆମ ପ୍ରେମ ଛବି 

ସଙ୍କେତ ଭାବନା ମୋର 

ନିତି ଦେଖୁଥିବି ତୋର ପ୍ରତିଛବି 

କେବେ ତୁ ହେବୁନି ଦୂର |



Rate this content
Log in

Similar oriya poem from Romance