STORYMIRROR

Subrat Malik

Romance Tragedy Classics

3  

Subrat Malik

Romance Tragedy Classics

ପ୍ରେମର ବାଜିଗର

ପ୍ରେମର ବାଜିଗର

1 min
182

ହାରିଯାଏ 

ଆଜି ସହଜରେ

ତୋ ଜିଦି ଆଗରେ,ତୋ ପାଖରେ

ଜାଣିଶୁଣି ଇଚ୍ଛାକୃତ ଭାବେ

କେବଳ

ତୋତେ ଜିତେଇବାଲାଗି

ଭୁଲିଯାଇ ନିଜ ଅସ୍ତିତ୍ୱ, ସାମର୍ଥ୍ୟ

ପିନ୍ଧେଇବା ପାଇଁ ତୋତେ ବିଜୟର ତିଳକ

ମନେଇବା ପାଇଁ ତୋ ସାଥେ ଵିଜୟର ଉତ୍ସବ

ହେବା ପାଇଁ ତୋ ଜିତିବାର କାରଣ ଟିକକ...


କେମିତି ହରାଇବି ପୁଣି !

ଅଙ୍ଗେ ନିଭାଇଛି ସେହି ମୁହୂର୍ତ୍ତକୁ

ହାରିଗଲା ପରେ ତୁ ମୋ ସହ ସର୍ତ୍ତରେ,

ଅବା ଅକାଟ୍ୟ ଯୁକ୍ତିତର୍କର ଉହାଡରେ

ନିଜକୁ ଦେଉ ପାଶବିକ କଷ୍ଟ 

ହୋଇଯାଉ କ୍ଷତ ବିକ୍ଷତ ଯେତେବେଳେ

ମୁଁ ଜିତିକି ବି ହାରିଯାଏ

ଅଦିନରେ ଘୋଟିଯାଏ ଅମାବାସ୍ୟା 

ଏ ଚନ୍ଦ୍ରମାର ଅଗୋଚରେ

ଆଉ ଦିଏନାହିଁ ପ୍ରସ୍ଫୁଟିତ ହେବାକୁ

ହୃଦୟର ପୁଷ୍କରିଣେ

ମୋ ଅଭିଳାଷିତ ପ୍ରେମର କଇଁକୁ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance