STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ଯ)

ପ୍ରେମୋଦୟ ଚମ୍ପୂ (ଯ)

1 min
316


ଶ୍ରୀକୃଷ୍ଣଙ୍କପ୍ରତି ସଖୀ


ରାଗ - କାମୋଦୀ - ଆଠତାଳି

ଯଥାର୍ଥ କରି ଶ୍ୟାମ କହୁଛି ହେ,

ଜେମାର ଅଙ୍ଗୀକାର ନୋହୁଛି ହେ (ଘୋଷା)

ଯୋମକୁ ଯାମ ତାମରସ - ନେତ୍ରାକୁ କାମ

ବିନ୍ଧି ମରମେ ଶର ମୋହୁଛି ହେ

ତେମନ୍ତେ ହେଲେ ଯାହା କରିଅଛି ସୁଦେହା -

ଚିତ୍ତେ ନିବିଡେ ଶଙ୍କା ରହିଛି ହେ (1)

ଯତ୍ନ କଲେ ନରହି ନିରତେ ପ୍ରିୟ ସହୀ --

ନୟନୁ ଅଶ୍ରୁଧାରା ବହୁଛି ହେ

ଯାବକ ଚିତ୍ର ଚାରୁ ଚରଣ ପଙ୍କଜରୁ

ପଡିବା ପ୍ରବାହରେ ଧୋଉଛି ହେ (2)

ଯାବତ ସୁବିନୟ କହିଲେ ମୁଁ ସଦୟ

ନକରି ତୁନି ହୋଇ ରହିଛି ହେ

ନବ ନଳିନୀ ଦଳେ ପହୁଡିଛି ବିକଳେ

ନିଃଶ୍ୱାସ ମାତ୍ର ତାର ବହୁଛି ହେ (3)

ଯାମିନୀଶ, ବସନ୍ତ, ମଧୁପ, ପରଭୃତ

ରୁତଜାତ ସନ୍ତାପ ସହୁଛି ହେ

ନବ ପଲ୍ତବ କରେ ଅବିରତେ ଶୋକରେ

ଚାରୁ ଖଣ୍ଡମଣ୍ଡଳ ବହୁଛି ହେ (4)

ଯାତନା ଦେଇ କୁମ୍ଭଜିତ - ସ୍ତନାକୁ ତୁମ୍ଭ

ବିରହ ହୁତବହ ଦହୁଛି ହେ

ଜଗଦ୍ଦେବ ଭାଷଇ ତାର ସହାୟ ହୋଇ

ମଳୟ ଗନ୍ଧବହ ବହୁଛି ହେ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics