STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ଥ)

ପ୍ରେମୋଦୟ ଚମ୍ପୂ (ଥ)

1 min
219


ଶ୍ରୀକୃଷ୍ଣ


ରାଗ - ପୂରବୀ - ଏକତାଳି

ଦୟା ନ କଲେହେଁ ଦାରୁଣ ହୃଦୟ ସେହି

ଯେତେ ଯେତେ ଦୁଃଖ ପୂର୍ଣ୍ଣଚନ୍ଦ୍ର ମୁଖ ପାସୋରିବି ସଖି କେହି (ଘୋଷା)

ଦଳିତ ଅଞ୍ଜନ - ଗଞନ କି ଜଗି ନିତି ତା ମରଜି

ଦୟିନୀ କରି ମୁଁ କେତେ ଆୟାସରେ କରାଉଥିଲିଟି ରାଜି (1)

ଦ୍ୟୁମଣି ତନୟା ତଟର ନିକଟ ନିକୁଞ୍ଜ ସଂକେତ କରି

ଦରବିକସିତ ଅରବିନ୍ଦ ହେବାଯାଏ ଜଗିଲା କିଶୋରୀ (2)

ଦେଇ ବିସୋରି କହିବା ଗିର କେଉଁ କିଶୋରୀ ସଂଗତେ ରସି

ଦୋଷ ବିନା ଦୁଃଖୀ କରାଇ ମୋ ସଖୀ ଦିବ୍ୟ ବେଶ କରେ ବାସି(3)

ଦିଶୁ ନାହିଁ ମୋତେ ଉପାୟ କିଞ୍ଚିତେ ଶ୍ରୀହରିଚନ୍ଦନ ଭାଷେ

ଦୁଃଖ ସହଚରୀ ଚିତ୍ତେ ଅଛି ପୂରି ନ କହିବି ତାର ପାଶେ (4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics