STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ତ)

ପ୍ରେମୋଦୟ ଚମ୍ପୂ (ତ)

1 min
298

ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )

(16)

ଶ୍ରୀକୃଷ୍ଣଙ୍କ ପ୍ରତି ସଖୀ

ରାଗ - ଝିଂଝୋଟି -ଆଦିତାଳ

ତମାଳ ନୀଳତନୁ

ତାପ ନଯାଏ ମୋ ସଖି ମନୁଁ ହେ (ଘୋଷା)

ତରଣୀଜାତଟ ବନୁ ତୁମ୍ଭକୁ ଶ୍ରୀହରି

ଖୋଜି ଖୋଜି ହରିଣାକ୍ଷୀ ଫେରିଯିବା ଦିନୁ (1)

ତରଳ ନୟନୁ ତେଜୁଅଛି ନିରନ୍ତରେ

ନୀର ଧାର ବରଷିଲା ପରି ଘନୁ(2)

ତୀକ୍ଷଣ ବାଣ ଅତନୁ ତାମରସ ମୁଖୀ -

ମରମକୁ ଯୋଖି ବିନ୍ଧେ ଫୁଲ ଧନୁ (3)

ତାପ ଦିଏ ହିମ ଭାନୁ ତନୁରେ ଫୋଟକା -

ହେଉଅଛି ଏକା ଘରସାର ବିଲେପନୁ(4)

ତୁମ୍ଭ ଅବଲୋକନୁ ଭାଷେ ଜଗଦ୍ଦେବ

ତାର ପ୍ରାଣଯିବ ଶ୍ରୀ ଅଙ୍ଗଟି ହେଲା ତନୁ(5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics