STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ପ)

ପ୍ରେମୋଦୟ ଚମ୍ପୂ (ପ)

1 min
225

ପ୍ରେମୋଦୟ ଚମ୍ପୂ

 କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )


(21)



ଶ୍ରୀକୃଷ୍ଣ ଙ୍କ ପ୍ରତି ସଖୀ

ରାଗ – ବିଭାସ- ଏକତାଳି



ପ୍ରୀତି କରି କାହା ପାଶେ ପୁହାଇଲ ନିଶା ତୋଷେ (ଘୋଷା)

ପରିଣତି ବିମ୍ବ ଅଧରେ କାହାର ରବନ କ୍ଷତ ବିକାଶେ

ପଲ୍ଲବ ବିଜୟୀ କର କୁଙ୍କୁମେ ଅଙ୍କିତ ଦିଶେ (1)

ପଡି କା ଚରଣେ ଶିଖଣ୍ଡ ମୁକୁଟ ରଙ୍ଗ କଲ ଲାକ୍ଷା ରସେ

ପରିରମ୍ଭ କଲ କାହାର ବଳୟ ଚିହ୍ନ ଦିଶେ ବେନି ପାଶେ (2)

ପାଲଟକରି କେଉଁ ସହଚରୀର ଚିତକୁ ସଭ୍ରମେ ଭାସେ

ପିନ୍ଧିଅଛ ନିଜ କଟିତଟେ ଆଜ ଚାହିଁ କି ସୁନ୍ଦର ଦିଶେ (3)

ପାନବୋଳ ଗଣ୍ଡେ, ଲଲାଟେ ସିନ୍ଦୂର ଲାଗି ତ ଅଛି ବିଶେଷେ

ପରୁଆ ନକର ଚିତ୍ତରେ ତୁମ୍ଭର ଜନାପବାଦକୁ ଲେଶେ (4)

ପ୍ରତି ଅଙ୍ଗ ଯାକ କି ଶୋଭା ଦିଶଇ କରଜ କ୍ଷତ ବିଳାସେ

ପ୍ରେମ ଭରେ ହରି ଚନ୍ଦନ ଭାବଇ ସେ ରୂପ ନିଜ ମାନସେ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics