STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ବ)

ପ୍ରେମୋଦୟ ଚମ୍ପୂ (ବ)

1 min
228


ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )

(23)


ରାଧାଙ୍କ ପ୍ରତି ସଖୀ

ରାଗ - କଲ୍ୟାଣ - ଆଦିତାଳ

ବିମ୍ବାଧରି ବସିକୁଞ୍ଜେ ଲୋଡେ ତୋତେ ହରି (ଘୋଷା)

ବିଷପରି ମଣେ ଶ୍ରୀଅଙ୍ଗ ସୁବେଶ

ବିଷଧର ପରି ଛାଡଇ ନିଶ୍ୱାସ,

ବିଧୁ କିରଣରୁ ହୁଡୁଅଛି ତ୍ରାସ

ପ୍ରଭାକର ପ୍ରଭାପରି (1)

ବଳି ପଡିଲାଣି ବିରହ ସନ୍ତାପ


ବିକଳେ ଭାବୁଛି ତୋହର ସ୍ୱରୂପ

ବରଜ ତା ଠାରେ କରି ଥିବା କୋପ

ବାରେ କରୁଣାକୁ ଧରି (2)


ବିଞ୍ଚି ଜାତୀ ଶେଯେ ସୁଧାକର ରଜ

ବାସନ୍ତୀକ ପୁଷ୍ପେ ମଣ୍ଡୁ କେଳିକୁଞ୍ଜ

 ବିନ୍ଧୁଅଛି ତାକୁ ଶର ମନସିଜ

ବିଶେଷରେ କୋପ ଧରି (3)

ବେଗେ ଆସ ଆସ ଆସ ରେ କିଶୋରି

ବିହର ମୋ ସଙ୍ଗେ ବୃନ୍ଦାବନ ହେରି

ବୋଲି ଡାକୁଅଛି ଶୁଣ ସୁକୁମାରୀ

ବଂଶୀ ତୋ ନାମକୁ ଧରି (4)

ବୋଲେ ଜଗଦ୍ଦେବ ତେଜ ସଖି ମାନ

ବ୍ରଜକିଶୋର ତୋ ଚରଣେ ମଣ୍ଡନ

ବାଜିବା ନୂପୁର ଶବଦକୁ କର୍ଣ୍ଣ -

ବେନି ଏକା ଅଛି ଡେରି (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics