STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (6)

ପ୍ରେମୋଦୟ ଚମ୍ପୂ (6)

1 min
309

ପ୍ରେମୋଦୟ ଚମ୍ପୂ

 କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )


(6)


ରାଧାଙ୍କ ପ୍ରତି ସଖୀ

ରାଗ – ବସନ୍ତ - ରୂପକ

ଚଞ୍ଚଳ ଦୃଗଞ୍ଚଳବତୀ, ତୋଘେନି ନୀଳନୀରଦ -

ତନୁ ତନୁ ଦିଶେ ଗୋ (ଘୋଷା)

ଚକୋର ପରି ତାର, ଚିତ୍ତ ନିରତେ ତୋର

ଚାରୁ ବଦନଚନ୍ଦ୍ରେ ରସେ ଗୋ (1)

ଚମକି ସ୍ମରଶରେ ଚିତ୍ତ ନିବେଶି ତୋରେ

ଚକିତେ ଚାହୁଁ ଚଉପାଶେ ଗୋ (2)

ଚରଣ କିଶଳୟ ଚାଳିବାକୁ ସଂଶୟ

ଚିର ବିରହତାର ବଶେ ଗୋ (3)

ଚିନ୍ତି ରୂପ ତୋହରି ଚିତ୍ର ପ୍ରତିମା ପରି

ଚାହିଁଲେ ଦୂରକୁ ଆଭାସେ ଗୋ (4)

ଚାତୁର୍ଯ୍ୟବତୀ ତୋଷେ ଚନ୍ଦ୍ରକଚୂଳ ପାଶେ

ଚଳ ତୁ ଜଗଦ୍ୱେବ ଭାଷେ ଗୋ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics