STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (14)

ପ୍ରେମୋଦୟ ଚମ୍ପୂ (14)

1 min
123

ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )

(୧୪)

ରାଧା

ରାଗ - କେଦାର - ତ୍ରିପଟା

ଢାଳେ ଜୀବନ ନେବ ସ୍ମର ହଟିଲା ରେ (ଘୋଷା)

ଢକକା ବାଜି ବ ଟି ବ୍ରଜେ, ଅସତୀ ବୋଲି ସହଜେ

ପ୍ରାଚୀଠଉଁ ଅନ୍ଧକାର ତୁଟିଲା ରେ(1)

ଢୋକିବାକୁ ବିଷ ଚିତ୍ତ, ହେଉଛିରେ ପ୍ରାଣମିତ

ଦେଖ ଅରବିନ୍ଦ ଜଳେ ଫୁଟିଲା ରେ (2)

ଢାଳିଦେଇ ମୋର ମୋଦ, - ନୀର ଘଟକୁ ବିପଦ

ମହାଭୟପ୍ରଦ ହୋଇ ଘୋଟିଲା ରେ (3)

ଢଳି ପଡିବି ଏଥର, ଭାଷେ ଜଗଦ୍ଦେବ ଗିର

ଶଠ ପଣ କରି ଶ୍ୟାମ ଜୁଟିଲା ରେ (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics