Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ - ୧୦

ପ୍ରେମୋଦୟ ଚମ୍ପୂ - ୧୦

1 min
2.9K


ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )

(୧୦)

ସଖୀ

ରାଗ - ପୁନ୍ନାଗ - ଯତି

ଆସ ଆସ ସଖ, ଯିବା ବାସକୁ ଗୋ (ଘୋଷା)

ଆଉ ରହିଲେ ଏ ବନେ - ଅସତୀ ବୋଲିଟି ଜନେ

ଅବଶ୍ୟ କରିବେ ଉପହାସକୁ ଗୋ (1)

ଅଖିଳ ଲାବନ୍ୟଶୀରି - ଆଉ କି ଆସିବେ ହରି

ଅରୁଣ ଭଜିଲା ପରକାଶକୁ ଗୋ (2)

ଆମ୍ଭ ଅବସ୍ଥା ସଜନୀ - ଆଗରେ ରଖି ପଦ୍ମିନୀ

ଅଧରେ ଧରିଛି ଦରହାସକୁ ଗୋ (3)

ଆନ ନାଗରୀକୁ ଧରି - ଆରମ୍ଭିଲେ ନିଶ୍ଚେ ହରି

ଅନଙ୍ଗ ରଙ୍ଗରେ ଅଭିଳାସକୁ ଗୋ (4)

ଆର୍ତ୍ତି କରେ ଜଗଦେବ - ଆଉ କି ସତେ ଆସିବ

ଅଭିନବ କୁଞ୍ଜବନ ରାସକୁ ଗୋ (5)


Rate this content
Log in

Similar oriya poem from Classics