STORYMIRROR

padmaja pati

Abstract

2  

padmaja pati

Abstract

ପ୍ରେମିକାର ପରିଭାଷା

ପ୍ରେମିକାର ପରିଭାଷା

1 min
163

ଲାଗେ ତା'ର କଥା ପାଣିରେ ଗାର ତ

ପୁଣି ରକତରେ ଗାର

ଦିନରେ ଦେଖାଇ ପୁନେଇଁର ଜହ୍ନ

ହୋଇଯାଏ ସାତ ପର

ତା ' ଓଠରୁ କେବେ ଝରୁଥାଏ ମହୁ

ପୁଣି ଝରିଯାଏ ବିଷ

ମନ ଚୈତନ୍ୟ କରିଦିଏ ଚୋରି

ଡାକିଆଣେ ସର୍ବନାଶ

ଅର୍ଜୁନଙ୍କ କଳା ହରଣ ଯେପରି

କରିଥିଲେ ଭଗବାନ

ପ୍ରେମିକ ବିଚରା ପାଗଳ ପରାୟେ

ବୁଲଇ ସାରା ଭୁବନ

ମର୍ଯ୍ୟାଦା ନିଜର କଲେ ଉଲଙ୍ଘନ

ହରାଇବ ନିଜ ସତ୍ତା

ଯୁଗେ ଯୁଗେ ତାର ରହିଛି ପ୍ରମାଣ

ଶୁଣି ହଜିଯିବ ଚେତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract