STORYMIRROR

Ajita Mishra

Romance

3  

Ajita Mishra

Romance

ପ୍ରେମିକା

ପ୍ରେମିକା

1 min
186

ପ୍ରେମିକା

ପୁସ୍ତକରେ,କଥାକାହାଣୀରେ

ପଢୁ ଥିବା ଗୀତ

କି ଗଜଲ୍ ନୁହେଁ

ତାକୁ କେହି ଶୁଣିପାରେ

ହଁ ଅନୁଭବ କରିପାର 

ମୋ ଆଖିର ଚମକ୍ ରେ

ଖୁବ୍ ସ୍ପର୍ଶକାତର ସେ

ସ୍ୱତନ୍ତ୍ର ତା' ସର୍-ଗମ୍

ତାକୁ ମୁଁଭୋଗିପାରେ

କେବଳ ମୁଁ

ଦୂରରୁ ଅନେକ ଦୂରରୁ

ଅନୁଭବ କରେ

ମୋ ବୁକୁ ତଳେ

ଧକ୍ ଧକ୍ କରୁଥିବା

ହୃଦୟରେ

କିଛି ଲେଖିକି

ଅପୂର୍ଣ୍ଣତା ହେଲା ଭାବି

ବାରମ୍ବାର ଚିରି ଦେଉଥିବା

କାଗଜରେ

ମୋ ପ୍ରେମିକା 

ସ୍ୱଚ୍ଛନ୍ଦରେ ଘୁରିପାରେ

ମୋ ଶିରାପ୍ରଶିରାରେ

ଶ୍ଵାସ ପ୍ରଶ୍ୱାସରେ

ଅଲିଭା ମିଠାମିଠା

ସ୍ୱୀକୃତିଟିଏ ପାଇଁ

ସେ ଆଜୀବନ

ଛନ୍ଦି ହୁଏ

ପ୍ରେମର ସଂକୀର୍ଣ୍ଣ ଗଳିରେ

ଯହିଁ ରେ ' ମୁଁ 'ବୋଲି

କିଛିବି ନଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance