STORYMIRROR

kahnu charan sahu

Romance

3  

kahnu charan sahu

Romance

ପ୍ରେମିକା

ପ୍ରେମିକା

1 min
182

 ତମେ ଯେତେବେଳେ

ହ୍ଵାଟ୍ସଆପରେ ଥାଅ

ଖୁସି ଲାଗେ 

କିନ୍ତୁ ତା'ଠୁ ଅଧିକ କଷ୍ଟ ହୁଏ

ଥାଇ ଯେବେ କଥା ନ ହୁଅ ।


ତମ ଭିତରେ ମୁଁ 

ପୃଥିବୀ ଦେଖେ ବୋଲି 

ତମେ ଭଲଭାବେ ଜାଣ

ତଥାପି ତୁନିରହି

ମୋ ନିରୀହ ହୃଦୟକୁ ହାଣ ।


ହଁ ହେଇପାରେ

ତମ ଆଉ ମୋ ଭିତରେ

ମାଟି ଆଉ ଆକାଶର ପାର୍ଥକ୍ୟ

କିନ୍ତୁ ମାଟି ବିନା ଆକାଶର ପ୍ରେମ

ମୂଲ୍ୟହୀନ ତମେ ଜାଣିଥିବ ନିଶ୍ଚୟ ।


ଯେବେ ଆକାଶ ପ୍ରେମରସ ବର୍ଷା କରେ

ମାଟି ଛାତିକି ତା' ପତେଇ ଦିଏ

ଆଉ ପ୍ରେମର ସେ ପୀୟୂଷ ଧାରକୁ

ସାରା ଦେହେ ବୋଳି ହେଇ 

ସ୍ୱର୍ଗୀୟ ସୁଖ ଅନୁଭବ କରେ ।


ମାଟି ଆଉ ଆକାଶର ମିଳନରେ

ଧରିତ୍ରୀ ହରାଭରା ହୁଏ

ଶୁଖିଲା ନଈ ଚଳ ଚଞ୍ଚଳ ହୁଏ

ନନାଜାତି ଫୁଲ ଫୁଟେ ଫଳ ଫଳେ। 


ଆଃ ! ସେ ଶୀତଳ ମଳୟର ଶିହରିତ ସ୍ପର୍ଶ

ମୃତ ଶରୀରକୁ ଜୀବନ୍ତ କରେ

ପ୍ରେମର ଶାଖା ପ୍ରଶାଖା ମେଲେଇ

ସପନରେ ସମର୍ପିଦେଇ ମନ ପ୍ରାଣ

ଆଲିଙ୍ଗନ କରେ ।


ଯେବେ ଛାତି ଛାତିର ଉଷ୍ମତା ମାପେ

ହୃଦୟର ସ୍ପନ୍ଦନ କାଳକ୍ରମେ ପ୍ରଖର ହେବାକୁ ଲାଗେ

ଦୁଇ ଆଖି ଚିରନିଦ୍ରାର ଅନୁସନ୍ଧାନରେ ଲାଗିପଡ଼େ

ଆଉ ଆପେ ଆପେ ଓଠ ଓଠକୁ ଝୁରିହୁଏ ।


ଦୁଇ ମନ ଓ ଦୁଇଫାଳ ଛାତି

ଏକାଠି ହେବାପରେ

ସୃଷ୍ଟି ହୁଏ ଓଁ ନାଦର ଝିଙ୍କାର

ସେ ଝିଙ୍କାରରେ ସାଗର ଦୋହଲୁ ଥାଏ

ମାଟି ଆକାଶକୁ ଜାବୁଡି ଧରୁଥାଏ 

ନିଜେ ନିଜର ଅସ୍ତିତ୍ୱକୁ ପାସୋରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance