STORYMIRROR

BISWESWAR MAJHI

Romance

3  

BISWESWAR MAJHI

Romance

ପ୍ରେମିକା ତ୍ୟାଗର ମୂର୍ତ୍ତି

ପ୍ରେମିକା ତ୍ୟାଗର ମୂର୍ତ୍ତି

1 min
417

ପ୍ରେମିକା ଜନକାତ୍ମଜା ସତୀ ସୀତା ବନବାସୀ ହେଲେ ହସି

ପୁନଃ ବନବାସ ସ୍ୱୀକାରି ବାଲ୍ମିକୀ ଆଶ୍ରମେ ମାତା ପ୍ରବେଶି। 

ରାଧାରାଣୀ ପରି ପ୍ରେମିକା ବିରଳ ଉଦାହରଣ ଜଗତେ

ସମର୍ପିତ କୃଷ୍ଣପଦେ ସେ ଜୀବନ ଅପବାଦ ବହି ମାଥେ ।

ଅଷ୍ଟପାଟବଂଶୀ ସମର୍ଥ ନୋହିଲେ ରାଧାରାଣୀ ପ୍ରେମ ପାଶେ

ଜଗତ ବଖାଣେ 'କୃଷ୍ଣ ମୋର' ସିନା 'ମୁଁ କୃଷ୍ଣର' ରାଧା ଆଶେ।

ପ୍ରେମର ଅସାଧ୍ୟ ଶକତି ତହିଁରେ ପଙ୍ଗୁ ପାରେ ଲଙ୍ଘି ଗିରି

ତ୍ୟାଗର ମନ୍ତ୍ରରେ ଦୀକ୍ଷିତ ପ୍ରେମିକା ସବୁ ଦୁଃଖ ନିଏ ବରି ।

ପ୍ରେମିକାର ସମ୍ମୋହନ ପ୍ରେମିକକୁ କରେ ଦୃଢମନା ଅତି

ସାଗର ପହଁରି ଗିରି ଲଂଘି ଯାଏ ପ୍ରେମିକ ପ୍ରେମିକା କତି। 

ବଜାରବାଦର ପ୍ରେମିକା ଶୋଷଣ କରେ ପ୍ରେମିକକୁ ନୀତି

ସ୍ୱାର୍ଥ ସରିଗଲେ ଛାଡି ଅନାୟାସେ ଧାଇଁ ଯାଏ ଆନ କତି।

ପତ୍ନୀକୁ ପ୍ରେମିକା ରୂପରେ ଦେଖିଲେ ଜୀବନ ହୁଏ ସଫଳ

ପତ୍ନୀ ଥାଉ ଥାଉ ଆନକୁ ରସିଲେ ହୁଏ ସବୁ ଗଣ୍ଡଗୋଳ। 

ପ୍ରେମିକା ବସିଲେ ପତ୍ନୀର ଆସନେ ବଦଳେ ପ୍ରେମର ସଂଜ୍ଞା 

କାଲି ଯିଏ ଥିଲା ପ୍ରାଣପ୍ରିୟା ଆଜି ମାନେ ନାହିଁ ପତି ଆଜ୍ଞା। 

ତ୍ୟାଗର ମୂରତି ହୁଏ ଯେ ପ୍ରେମିକା ପ୍ରେମକୁ କରେ ସାର୍ଥକ

ମଧୁମୟ ହୁଏ ଜୀବନର ଧାରା ଖାଇ ପ୍ରେମର ମୋଦକ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance