STORYMIRROR

Prabhanjana Tripathy

Romance

3  

Prabhanjana Tripathy

Romance

ପ୍ରେମିକା ର ମନ

ପ୍ରେମିକା ର ମନ

1 min
272


କିଏ ସେ ରୂପସି ଯାଇ ଅଛି ଫସି 

ସହଳ ବୟସି କଶି  

ଚାସୁଆ ପ୍ରେମକ ଖୋଜି ପ୍ରିତୀ କଲେ 

କିଆରି ହିଡରେ ବସି  

ସରସ ସୁନ୍ଦର ରୂପ କାନ୍ତି ଧରି 

କିଆଁ ପଡିଲ ତା'ଫାସେ  

ଚାଷ ତର ତର ବଣିଜ ମଠ ହେ 

ଅନ୍ୟଥା ଦେହଟି ନସେ   ll


ପ୍ରେମିକା  


ଯେଉଁଦିନୁ ମୁହିଁ ଦେଖିଲି ତୁମକୁ

  ଲଙ୍ଗଳ ଧରିବା ହାତେ

ସତେ ମୁଁ କହୁଛି ମନ ଦେଇଦେଲି

  ନିଦ ହେଉନାହିଁ ମୋତେ। 

ତୁମର ସେ ମୁହଁ ସୁନ୍ଦରିଆ ହସ

  ପରଜାପତିଆ ନିଶ

ଯେଉଁଦିନ ମୋତେ କିମିଆ କରିଲ

  ଦୁନିଆ ଲାଗୁଛି ବିଷ। 

ତୋଳିନେଵ କେବେ ଧାନ କିଆରିକୁ

   ଦିନରାତି ବସି ଭାଳେ 

ପୁହ୍ନେଇ ରାତିରେ ଵିଜନ ଵେଳାରେ

   ଶୋଇଯାନ୍ତି ତୁମ କୋଳେ  ll


ପ୍ରେମିକ   


ଜୀବନ ଯମୁନା ନଦୀର କୂଳେ 

ଅନ୍ଧାରୀ ସୁରୁଜ ଢ଼ଳେ 

ଉଷୁମ କରିବ  କୋଳେ ବସାଇକି 

କାକର ଲାଗିବା ବେଳେ    ll


ପ୍ରେମିକା  


ନିଶ ତ ପରଜାପତି 

ଏ ବୟସରେ ପୀରତି କରିଲେ 

ଲୋକ ଦେବେ ସିନା ହସି  ll


ଧରଛି ବୋଲି ତ ନଙ୍ଗଳ କଣ୍ଟି 

ହେଉ ଅଛି ଧନ ଘାଣ୍ଟି 

ଏତେ ଭାବନା ନ କର ବୟସି 

ପୀରତିରେ ହେବ ଫେଣ୍ଟି  ll


ଦୁନିଆ ଲାଗିବ ବିଷ 

ବୁଢା ଘଇତାକୁ ଭାଵ ବସାଇଲେ 

ବୁଡିବ ଯୁବା ବୟସ  ll


ପ୍ରେମିକ   


ଗଡ଼ିଲେ ଗାଗର ଧାନ କିଆରୀରେ  

ମଳିନ ପଡିବ ବେଶ 

ପୁନେଇ ରାତିରେ କୋଳ ପୀରତିରେ 

ଯୌବନ ହେବ ଉଶ୍ୱାସ  


ମୋ ଜାମୁ ଡାଳି 

ମିଛେ ମର ନାହିଁ ଭାଳି 

ମିଛ ପୀରତିରେ କାଠ ଗଣ୍ଡି ପରେ 

କାହିଁକି ଯାଉଛ ଢ଼ଳି   ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance