ପ୍ରେମିକା ର ମନ
ପ୍ରେମିକା ର ମନ
କିଏ ସେ ରୂପସି ଯାଇ ଅଛି ଫସି
ସହଳ ବୟସି କଶି
ଚାସୁଆ ପ୍ରେମକ ଖୋଜି ପ୍ରିତୀ କଲେ
କିଆରି ହିଡରେ ବସି
ସରସ ସୁନ୍ଦର ରୂପ କାନ୍ତି ଧରି
କିଆଁ ପଡିଲ ତା'ଫାସେ
ଚାଷ ତର ତର ବଣିଜ ମଠ ହେ
ଅନ୍ୟଥା ଦେହଟି ନସେ ll
ପ୍ରେମିକା
ଯେଉଁଦିନୁ ମୁହିଁ ଦେଖିଲି ତୁମକୁ
ଲଙ୍ଗଳ ଧରିବା ହାତେ
ସତେ ମୁଁ କହୁଛି ମନ ଦେଇଦେଲି
ନିଦ ହେଉନାହିଁ ମୋତେ।
ତୁମର ସେ ମୁହଁ ସୁନ୍ଦରିଆ ହସ
ପରଜାପତିଆ ନିଶ
ଯେଉଁଦିନ ମୋତେ କିମିଆ କରିଲ
ଦୁନିଆ ଲାଗୁଛି ବିଷ।
ତୋଳିନେଵ କେବେ ଧାନ କିଆରିକୁ
ଦିନରାତି ବସି ଭାଳେ
ପୁହ୍ନେଇ ରାତିରେ ଵିଜନ ଵେଳାରେ
ଶୋଇଯାନ୍ତି ତୁମ କୋଳେ ll
ପ୍ରେମିକ
ଜୀବନ ଯମୁନା ନଦୀର କୂଳେ
ଅନ୍ଧାରୀ ସୁରୁଜ ଢ଼ଳେ
ଉଷୁମ କରିବ କୋଳେ ବସାଇକି
କାକର ଲାଗିବା ବେଳେ ll
ପ୍ରେମିକା
ନିଶ ତ ପରଜାପତି
ଏ ବୟସରେ ପୀରତି କରିଲେ
ଲୋକ ଦେବେ ସିନା ହସି ll
ଧରଛି ବୋଲି ତ ନଙ୍ଗଳ କଣ୍ଟି
ହେଉ ଅଛି ଧନ ଘାଣ୍ଟି
ଏତେ ଭାବନା ନ କର ବୟସି
ପୀରତିରେ ହେବ ଫେଣ୍ଟି ll
ଦୁନିଆ ଲାଗିବ ବିଷ
ବୁଢା ଘଇତାକୁ ଭାଵ ବସାଇଲେ
ବୁଡିବ ଯୁବା ବୟସ ll
ପ୍ରେମିକ
ଗଡ଼ିଲେ ଗାଗର ଧାନ କିଆରୀରେ
ମଳିନ ପଡିବ ବେଶ
ପୁନେଇ ରାତିରେ କୋଳ ପୀରତିରେ
ଯୌବନ ହେବ ଉଶ୍ୱାସ
ମୋ ଜାମୁ ଡାଳି
ମିଛେ ମର ନାହିଁ ଭାଳି
ମିଛ ପୀରତିରେ କାଠ ଗଣ୍ଡି ପରେ
କାହିଁକି ଯାଉଛ ଢ଼ଳି ll

