STORYMIRROR

CHINMAYEE PRADHAN

Abstract Drama Romance

4  

CHINMAYEE PRADHAN

Abstract Drama Romance

ପ୍ରେମିକା ଗଳିର ଚା

ପ୍ରେମିକା ଗଳିର ଚା

1 min
278


ସୂରୁଜ ଉଇଁଲେ ପୂରୁବ ଗଗନେ

ମନେ ପଡିଯାଏ ଆଃ,

ବାସ ଟା ତାହାର ମୋହିନିଏ ମନ

ପ୍ରେମିକା ଗଳିର ଚା'।


ଚା' ପିଇଥିଲି ଅନେକ ଜାଗା ରେ

ସ୍ୱାଦ ଥିଲା ତାର ଭିନ୍ନ,

ସେଇ ଗଳି ଚା' ପିଇଲି ଯେଦିନ

ବନ୍ଧା ପଡ଼ିଗଲା ମନ।



ଚା' ପିଉପିଉ ଯେବେ ମିଶିଥିଲା

ତା ଆଖିରେ ମୋର ଆଖି,

ସବୁ ଭୁଲିଗଲି ତାକୁ ମୁଁ ଦେଖିଲି

ମନ ଗଲା ମୋର ଲାଖି।



ତା ରୂପ ସୁନ୍ଦର ହସ ତା ମଧୁର

ମନଲୋଭା ତାର ଠାଣି,

ସେଇ ଚାହାଣୀ ରେ ଚାହିଁ ଦେଲେ ଥରେ

ହୃଦୟ ଦିଏ ମୋ ହାଣି।



ଚା' ବି ପିଇବି ପ୍ରିୟାକୁ ଦେଖିବି

ସକାଳୁ ନିତି ମୁଁ ଧାଏଁ,

ଚା' ର ସୁଆଦ ଅଭୁଲା ସତେକି

ପ୍ରିୟା ହାତେ କରିଦିଏ।


ଗୁଜୁରାତି ଅଦା ମରିଚ ବାସନା

କରେ ମନ ଆନମନା,

ସେଇ ଚା' ରୁ ଢୋକେ ପିଇଦେଲେ ଥରେ

ତୁଚ୍ଛ ଲାଗେ ସତେ ସୁନା।


ପ୍ରେମ କରୁଥିଲି ପ୍ରିୟାକୁ ମୋହର

କହିନି ତ ମନ ଖୋଲି,

ମନରେ ସାହସ ବାନ୍ଧିଲା ବେଳେ ସେ

ବାହା ହେଇ ଗଲା ଚାଲି।


ପ୍ରେମ ସିନା ମୋର ଅଧାରେ ରହିଲା

ପ୍ରେମିକା ଦୂରେଇ ଗଲା,

ଧୋକା ତ ଦେଇନି ତା ଗଳିର ଚା'

କେମିତି ଭୁଲିବି ଭଲା।


ଯେତେ ଯେଉଁଠି ମୁଁ ପିଇଲେ ବି ଚା'

ପାରୁ ନାହିଁ ତାକୁ ଭୁଲି,

ସ୍ୱାଦ ତା ନିଆରା ସବୁଠୁ ଆପଣା

ପାଦ ଆପେ ଯାଏ ଚାଲି।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract