STORYMIRROR

Anil kumar Pradhan

Romance

2  

Anil kumar Pradhan

Romance

ପ୍ରେମିକ ପ୍ରଳାପ

ପ୍ରେମିକ ପ୍ରଳାପ

1 min
3.2K

ଚାନ୍ଦଠୁ ସୁନ୍ଦର ତୁମ ମୁଖ ବୋଲି

ରାତିରେ ତୁମକୁ ଖୋଜେ

ଶୀତଳତା ଭରା ତୁମ ସ୍ପର୍ଶ ବୋଲି

ଭୟ ନାହିଁ ଲକ୍ଷେ ସୁରୁଯେ

ତୁମ କଥା ସବୁ ସ୍ମୃତି ସାଜେ ଆଜି

ଏକଲା ବସିକି ଭାବେ

ଦୂର ଦୁରାନ୍ତରେ ଅଛ ପ୍ରିୟତମା

ନିଦ ଆସେନି କେବେ

ତାରାଙ୍କୁ କହୁଛି ଦୁଃଖର କାହାଣୀ

ଚୁପି ଚୁପି ଅନ୍ଧକାରେ

ପବନ ହାତରେ ଖବର ଦେଇଛି

ତୁମେ ଫେରିବ ଆଶାରେ

ପ୍ରେମିକଟିଏ ହରାଇ ଲାଜକୁ

ତୁମକୁ ଖୋଜୁଛି ନିତି

ତୁମେ ପ୍ରିୟତମା ଖୋଜ କି ନଖୋଜ

ଭଲରେ ଥିବ ଭାବୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance