STORYMIRROR

Jagannath Barik

Inspirational

3  

Jagannath Barik

Inspirational

ପ୍ରେମବିବାହ

ପ୍ରେମବିବାହ

1 min
350

ପ୍ରେମବିବାହ କରି ମୁଁ ଫସିଲି

ଲୋକହସା ହୋଇ ଘରେ ବସିଲି |


ଛବିରାଣୀ ରୂପେ ହେଲି ବାଉଳା

ମନ ମୋହିନେଲା ନବ ଛଇଳା |


ମୃଗନୟନାର ନେତ୍ର ଠାଣିକି

ଦେଉଥିଲା ମୋ ମରମ ହାଣିକି |


ତାର ସୁନା ଗୋରା ତନୁ ଛଟକ

ଦେଖି ମନ ରହୁଥିଲା ଅଟକ |


ହସ ଭାଷରେ ମାନସ ମୋହିଲା

ବିଭା ହେବାପାଇଁ ବାଧ୍ୟ କରିଲା |


ବାହା ହୋଇଗଲି ବଡ଼ ମଜାରେ

ଗର୍ବେ ଉଡ଼ାଇ ବିଜୟ ଧ୍ୱଜାରେ |


ବାହାଘର ପାଞ୍ଚ ବର୍ଷ ପୂରିଲା

ଘରେ ଆନନ୍ଦ ଲହରୀ ଖେଳିଲା |


କୁସୁମକୁ କୁନା ହେଲେ ଜନମ

ପୁଅ ଝିଅ ପାଇଁ ଖୁସି ଚରମ |


ଧିରେ ପରିବାରେ ଝଡ଼ ଉଠିଲା

ପର ପୁରୁଷ ସଂସାରେ ପଶିଲା |


ସେହି ବନା ପ୍ରେମେ ଛବି ଫସିଲା

ଗାଆଁ ସାରା ଅପନିନ୍ଦା ଛୁଟିଲା |


କେବେ ମାନିଲାନି ମୋର ଆକଟ 

ବନା ସହିତ ରାତିରେ ଚମ୍ପଟ |


ସେତ ମୁମ୍ବାଇରେ କରେ ଚାକିରୀ

ତାର କେଉଁଥିକି ନାହିଁ ଖାତିରି |


ଏବେ ଉଜୁଡ଼ିଲା ମୋର ସଂସାର

ଘାରିଲାଣି ପୁଅ ଝିଅ ଜଞ୍ଜାଳ |


ଲୋକ କରୁଛନ୍ତି ଟାହି ଟାପରା

କେଡ଼େ ହେଲିଣି ମୁଁ ହିନିଛୋପରା |


ଲାଜେ ଚାହିଁ ପାରୁନି କା ବଦନ

ପ୍ରେମ ବିବାହ କେଡ଼େ ବିଡ଼ମ୍ବନ |


ଧନ୍ୟ ଧନ୍ୟ ପ୍ରେମ ତୋର ଶକତି 

ଠେଲି ଦେଇ ପାରୁ ପତି ସନ୍ତତି |



Rate this content
Log in

Similar oriya poem from Inspirational