STORYMIRROR

Santanu Bisoi

Abstract

2  

Santanu Bisoi

Abstract

ପ୍ରେମଭିକ୍ଷୁ।

ପ୍ରେମଭିକ୍ଷୁ।

1 min
93

ଆତୁର ହୁଏ ମୁଁ ଦେଖା ହେବା ପାଇଁ

ଦେଖିଲେ ନିରବି ଯାଏ,

ତୋ ରୂପ ଚନ୍ଦ୍ରମା ଭାବି ଭାବି ଝୁରେ

ଉନ୍ମାଦ ପ୍ରେମିକ ପ୍ରାୟେ।।


କେତେ କଥା ଥିଲା କହିବାକୁ ବାକି

ତୋତେ ଦେଖି ଭୁଲି ଯାଏ,

ଅକୁହା କଥାକୁ ସାଇତି ରଖିଛି

ଉପହାର ଦେବି ପ୍ରିୟେ।।

ଶୟନେ ସପନେ ଅବା ଜାଗରଣେ

ତୁମ ପ୍ରତିକୃତି ଭାବି,

ଭୋଜନେ ଚିନ୍ତନେ ପୁସ୍ତକ ପଠନେ

ଦିଶେ ତୁମ ପ୍ରତିଛବି।।


ମନ ମୋନାଲିସା, ତୈଳଚିତ୍ରି ଜୋଷା

କାହିଁକି ଫୁଲେଇ ହେଉ,

ସ୍ୱର୍ଗର ଅପ୍ସରୀ ମୋ ମନର ପରୀ 

କଣେଇ କଣେଇ ଚାହୁଁ।।


କୋଟିଏ କନ୍ଦର୍ପ ଝାସ ଦେବେ ହେଳେ

ତୋ ଗୁପ୍ତ ପ୍ରଣୟ ଜଳେ,

ପରାଜିତ ଏକ ନାୟକ ଅଟେ ମୁଁ

ପ୍ରେମଭିକ୍ଷୁ ମହିତଳେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract