ପ୍ରେମ
ପ୍ରେମ
ପ୍ରେମ କାହା ପାଇଁ କଣ ହେଇପାରେ
ମୋ ପାଇଁ ପ୍ରେମର ପରିଭାଷା ଟିକେ ଭିନ୍ନ।
ପ୍ରେମ ମୋ ପାଇଁ ସବୁ ଶବ୍ଦ ଠାରୁ ଉର୍ଦ୍ଧ୍ୱରେ।
ପ୍ରେମ ମୋ ପାଇଁ ମନ୍ଦିରର ଘଣ୍ଟl ଶବ୍ଦ ପରି ।
ପ୍ରେମ କେବେ ଥାଏ ବୋଉର ଆଦରରେ।
ସେ ମତେ ବଳେଇ ବଳେଇ ଖାଇବା
ପ୍ରେମ ପୁଣି ଥାଏ ବାପାଙ୍କ ଆକଟରେ .....।
ପ୍ରେମ ପୁଣି ମିଳେ ମତେ ଭାଇ ଭଉଣୀ କଳିରେ।
ମୋ ଦି ଭାଇଙ୍କ ମୋ ପ୍ରତି ଭଲ ପାଇବା ସେ ବି ତ ପ୍ରେମ ।
ତୁମେ ଦେଇଛ ସୁହାଗ ସିନ୍ଦୂର
ସେଇ ତ ପ୍ରେମ।
ମୋ ଓଠରେ ତୁମେ ମାଖି ଦେଇଛ
ହସର ଇନ୍ଦ୍ରଧନୁ।
ପ୍ରଭୁ ତୁମକୁ ମୁଁ କରେ ଯେଉଁ ଭକ୍ତି
ସେବି ପ୍ରେମର ବନ୍ଧନ ନୁହେଁ କି
ତୁମର ସେ ଚକା ଆଖି
କି ସୁନ୍ଦର ରୂପ
ମୁଁ ଭିଜିଯାଏ ଭକ୍ତିର ଗଙ୍ଗlରେ।
ମୋ ପାଇଁ ପ୍ରେମର ପରିଭାଷା
ଟିକେ ଭିନ୍ନ .…...।