ପ୍ରେମ
ପ୍ରେମ
ପ୍ରେମ ମୋର ସେତ ଅବୁଝା ଗପର ବହି
ପୃଷ୍ଠା ପରେ ପୃଷ୍ଠା ସାଇତା ଭିତରେ କିଛି ନାହିଁ
ପ୍ରେମ ମୋର ଏକ ଅଲୋଡ଼ା ଅଖୋଜା ନଈ
ଏ କୂଳ ରେ କେହି ନାହିଁ କି ସେ କୂଳରେ କେହି ନାହିଁ
ପ୍ରେମ ମୋର ଖାଲି ପାଖେ ପାଖେ ଥିବା ଛାଇ
ରାଜା ପୁଅ କେହି ନାହିଁ ରାଜକୁମାରୀ ଆସିବ କାହିଁ
ହୁଏତ ସେ ପ୍ରେମ ଆଧାଗଢ଼ା ସେଇ ମନ୍ଦିର ଗାତ୍ରର
ନର୍ତ୍ତକୀ ମୁଁହରେ ହସ ଧାରେ ହୋଇ ଯାଇଅଛି ରହି ।

