STORYMIRROR

Akshayakumar Dash

Romance

4  

Akshayakumar Dash

Romance

ପ୍ରେମ

ପ୍ରେମ

1 min
470

ସମୟର ସାଥି ତୁମେ

ତୁମସାଥେ ଭାବ ହେବାଦିନୁ

ତୁମେ ପାଖେ ଥିଲେ

ସବୁଭୁଲି ଖୋଲା ଖୋଲି

ପ୍ରେମ କରିବସେ

କବିତାବି ଲେଖେ ।


ପଶୁପକ୍ଷୀ ଗଛଳତା

ଫୁଳଫଳ ମନଇଚ୍ଛା

ପ୍ରେମର ସମ୍ଭାର ନେଇ

ଦେଖେଇଲ କାମିନୀ କାଞ୍ଚନ

ନିସଙ୍ଗ ମୁହୂର୍ତର ରାତି

ଅବା ବାଟଘାଟ ତୁମ ପ୍ରୀତି

ଦେଶୀ କି ବିଦେଶୀ

ତୁମସାଥେ ବିତିଯାଏ

ଏକାଧିକ ପୁରୁଷର ରତି ।


ଖୋଲାଖୋଲି ଗୋପନ ପ୍ରଣୟ

ଚାଟୁକ୍ତି ଭାଷା ଶାରୀରିକ କ୍ଷୁଦ୍ଧା

କେତେ ଜାତି ପ୍ରଜାପତି

ମଧୁମଖି ପରାଗସଙ୍ଗମ

ତୁମସାଥେ ଢଳିଯାଏ ମନ

ତୁମେ ହାତେ ଥିଲେ

ଭୁଲିଯାଏ ରାତିଦିନ ।



विषय का मूल्यांकन करें
लॉग इन

Similar oriya poem from Romance