Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Romance Inspirational

5.0  

Jayashree Maharana

Romance Inspirational

ପ୍ରେମ

ପ୍ରେମ

1 min
158


ପ୍ରେମ ତ ଶାଶ୍ୱତ,ଅକ୍ଷତ,ଅମୃତ

ପ୍ରେମ ପବିତ୍ରର ଝର

ପ୍ରେମ ଦୟା,କ୍ଷମା,ଶାନ୍ତି,ମଇତ୍ରିର

ଅସରନ୍ତି ପାରାବର ।

ପ୍ରେମ ବିଶ୍ୱାସର ଅସାର ଭଣ୍ଡାର

ସମ୍ପର୍କର ମୂଳଭିତ୍ତି

ପ୍ରେମ ପ୍ରକୃତିର ଆଯାଚିତ ଦାନ

ପ୍ରେମ ପୁଣି ଦେଶଭକ୍ତି ।

ପ୍ରେମ କୁନି କୁନି ଓଠରୁ ନିସୃତ

ନିଷ୍କପଟ ମିଠା ହସ

ପ୍ରେମ ସ୍ୱାର୍ଥହୀନ ଚିର ଅମଳିନ

ପ୍ରଭୁ ଭକତିର ରସ ।

ପ୍ରେମ ହୃଦୟର ଅବ୍ୟକ୍ତ ଆବେଗ

ମିଳନର ପରିଭାଷା

ପ୍ରେମ ସର୍ତ୍ତହୀନ ଛଳନା ବିହୀନ

ଆକାଂକ୍ଷାର ମୃଦୁନିଶା ।

ପ୍ରେମ ସୂର୍ଯ୍ୟଙ୍କର ଜ୍ୟୋତିରାଶି ସମ

ଚତୁର୍ଦ୍ଦିଗ ପରିବ୍ୟାପ୍ତ

ପ୍ରେମ ଜ୍ୟୋତ୍ସ୍ନା ସମ ନିରୀହ ପ୍ରାଣକୁ

କରିଥାଏ ସଦା ତୃପ୍ତ ।


Rate this content
Log in

Similar oriya poem from Romance