STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ପ୍ରେମ

ପ୍ରେମ

1 min
227

ପ୍ରେମ ଦିନେ ଥିଲା  ପୂଜା ଓ ପବିତ୍ର

     ଆଜି ସେ କଳଙ୍କ ଚିହ୍ନ

ଭଲ  ସିନା  ଏଠି ସମସ୍ତେ ପାଆନ୍ତି

     କେହି ବୁଝନ୍ତିନି ମନ

ନିଜ  ସ୍ବାର୍ଥ ପାଇଁ  ଦେଉଛନ୍ତି ଏଠି

     କେତେ ମିଛ ପ୍ରତିଶୃତି

ଭାଙ୍ଗି ଯାଏ ଯଦି କେବେ କାହା ମନ

     ବିତାନ୍ତି ବିରହେ ରାତି

ଆଗ କାଳେ ପ୍ରେମ ମଲ୍ଲୀ ଫୁଲ ହୋଇ

    ମହ ମହ ବାସୁଥିଲା

ପ୍ରେମିକା ପ୍ରେମିକ ପାଇଁ ଜହ୍ନ  ରାତି

    ମଧୁରାତି ଲାଗୁଥିଲା

ଆଜି  କାଲିର ଏ  ପ୍ରେମର ଆୟୁଷ

     ମାତ୍ର ଯେ ଅଢେଇ ଦିନ

ପ୍ରେମ ଆଜି ଏଠି  ଅଭିଶାପ  ସାଜି

    ଭାଙ୍ଗି ଦେଇ ଯାଏ ମନ

କଳିଯୁଗର  ଏ  ପ୍ରେମ  କାହାଣୀର

    ନାମ ଯେ କଳଙ୍କ ଚିହ୍ନ

କରେ ଅନୁରୋଧ ହେ ଭଉଣୀ ଭାଇ

    କର ନାହିଁ କେବେ ପ୍ରେମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance