STORYMIRROR

Ashok Kumar Nayak

Romance

3  

Ashok Kumar Nayak

Romance

ପ୍ରେମ

ପ୍ରେମ

1 min
147

ପ୍ରେମ ଶବ୍ଦ ଏକ ଈଶ୍ୱର ପ୍ରଦତ୍ତ

ପ୍ରେମର ଅର୍ଥ ପବିତ୍ର,

ପ୍ରେମରେ ନ ଥାଏ ରଙ୍ଗ ଭଳି ଭଳି

ନ ଥାଏ ବି ଜାତି ଗୋତ୍ର l


ପ୍ରେମ ଗୋଟେ ଫୁଲ ଭାରି ସୁନ୍ଦର ସେ

ଆକର୍ଷଣ ଲାଗେ ଭାରି,

ଛୁଇଁଦେଲେ ଥରେ ସରମିଯାଏ ସେ

କେତେ ଅଭିମାନ କରି l


ଯୌବନରେ ଥାପି ପ୍ରଥମ ପାହାଚେ

ପ୍ରେମ ସହ ଦେଖା ହୁଏ,

ଜୀବନେ ଆସଇ ଦୁର୍ବଳ ମୁହୂର୍ତ୍ତ

ପ୍ରେମ କଣ ଜଣାଯାଏ l


ପ୍ରେମ ଯେ ଅଟଇ ଅନ୍ତରର ଜ୍ୱାଳା

ଲିଭାଇଲେ ଲିଭେନାହିଁ,

ସେହି ପ୍ରେମ ବନ୍ଧୁ ମିଠା ଅନୁଭୂତି

କେବେ ଭୁଲି ହୁଏ ନାହିଁ l


Rate this content
Log in

Similar oriya poem from Romance