STORYMIRROR

Niranjan Mishra

Abstract

4  

Niranjan Mishra

Abstract

ପ୍ରେମ

ପ୍ରେମ

1 min
223



ପ୍ରେମ ନିର୍ବିଷୟ ପ୍ରେମର ସମ୍ପର୍କ

ସଦା ରହେ ନିର୍ବିକାର ।

ସକାମ ନିଷ୍କାମ ହୋଇଥାଏ ପ୍ରେମ

ସୁଧୀଏ କର ବିଚାର  ।୧।

ପ୍ରାକୃତ ବା ଅପ୍ରାକୃତ ଏ ଭେଦରେ

ବିଭାଜନ ହୁଏ ପ୍ରେମ ।

ନିଷ୍କଳଙ୍କ ସିନା ପ୍ରେମ ପରିଭାଷା

ରାଧାକୃଷ୍ଣଙ୍କର ପ୍ରେମ  ।୨।

ପ୍ରେମର ବିଷୟ ଅସରନ୍ତି ମାତ୍ର

କେବଳ ଈଶ୍ବର ପ୍ରେମ ।

ହୋଇଲେ ଜାଣିବ ବାସ୍ତବ କଥା ଏ

ପୂର୍ଣ୍ଣ ହେବ ମନସ୍କାମ  ।୩।

ଈଶ୍ବର ପ୍ରେମରେ ସବୁ ଭୁଲେ ନର

ନରହଇ ବାହ୍ଯ ଜ୍ଞାନ ।

ଆଦର ନରହେ ଜଗତ ବସ୍ତୁରେ

ଈଶ୍ବର ପ୍ରେମେ ମଗନ । ୪।

ପ୍ରଭୁ ପ୍ରେମୀ ନିଜ ଶରୀର ଭୁଲଇ

ପ୍ରେମ ବିନା ଶ୍ରୁତି ଜ୍ଞାନ ।

ନିଷ୍ଫଳ ହୁଅଇ ସବୁ ସ୍ମୃତି ପୂଜା

ଧ୍ୟାନ ଶ୍ରବଣ କୀର୍ତ୍ତନ ।୫।

ପ୍ରେମ ପ୍ରେମୀ ପ୍ରେମାସ୍ପଦ ହୁଏ ଏକ

ଧନ୍ୟ ଏ ଅନନ୍ୟ ପ୍ରେମ ।

ପ୍ରଭୁ ପ୍ରେମ ବିନା ନିଷ୍ଫଳ ଜୀବନ

ବୃଥା ହୁଏ ସବୁ ଶ୍ରମ  ।୬।

ପୂଣ୍ୟଶ୍ଳୋକ ପ୍ରହଲ୍ଲାଦ ପରାଶର

ଅମ୍ବରୀଷ ପୁଣ୍ଡରୀକ ।

ନାରଦ ବ୍ୟାସ ବଶିଷ୍ଠ ବିଶ୍ଵାମିତ୍ର

ଦାଲଭ୍ୟ ଶୁକ ଶୌନକ ।୭।

ଭୀଷ୍ମ ରୁକ୍ମାଙ୍ଗଦ ବିଭୀଷଣାର୍ଜୁନ

ପ୍ରଭୁ ପ୍ରେମେ ହେଲେ ବାଇ ।

ଅହଲ୍ୟା ଦ୍ରୌପଦୀ କୁନ୍ତୀ ମନ୍ଦୋଦରୀ

ତାରା ରାଧା ମୀରାବାଈ ।୮।

ନବଧା ଭକତି ପ୍ରେମରସ ସାର

ସୁନ୍ଦର ଏ ପ୍ରେମ ଭାବ ।

ଯେଉଁ ଭାବରେ ଭାବିତ ହେବ ପ୍ରେମେ

ସେ ଭାବେ ମୁକତି ହେବ ।୯।

ବହୁ ଜନ୍ମ ପରେ ଜ୍ଞାନୀ ପ୍ରେମେ ମଜ୍ଜି

ବାସୁଦେବଙ୍କୁ ଲଭଇ ।

ବାସୁଦେବ ବିନା ଆନ କିଛି ନାହିଁ

ପ୍ରେମର ସ୍ବରୂପ ଏହି ।୧୦।


Rate this content
Log in

Similar oriya poem from Abstract