STORYMIRROR

Kailash Chandra Sahani

Fantasy Thriller

3  

Kailash Chandra Sahani

Fantasy Thriller

ପ୍ରେମ

ପ୍ରେମ

1 min
181

ପ୍ରେମ କେବେ ହୁଏ ବାଟ ବଣା ଏଠି

ସମୟର ଗତି ପଥେ

ଦେହ ଦେବାଳୟେ ଭୋଗ ଅଭିସାର

ଆସେ କି ମଦନ ରଥେ ,

ସ୍ଥାନ କାଳ ପାତ୍ର ଭୁଲି

ଲୋକ ଲଜ୍ଜା ଆଉ ମାନ ଓ ମହତ

ଜାଳେ କି ଜଳନ୍ତା ଚୁଲି !


କାହିଁ ସେଇ ପ୍ରେମ ହୃଦୟ କୋଣର

ଯେଉଁଠୁ ମମତା ଝରେ

ଯେତେ ଦୂରେ ଥାଇ ଚାନ୍ଦ ଲୋଡେ କଇଁ

ଲୁହର ଶିଶିର ଧାରେ ,

ପ୍ରୀତିର ସଙ୍ଗୀତ ଗାଇ

ଝୁରେ ମନ ପକ୍ଷୀ କେଉଁ ତରୁଡାଳେ

କେବେ ଦେହ କେବେ ଛାଇ ।


ପ୍ରେମ ନୁହେଁ ଖାଲି ଦେହ ଉପାସନା

ମାଆର ପଣତେ ପ୍ରେମ

ବାତ୍ସଲ୍ୟ ମମତା ଝୁରେ ରାତି ଦିନ

ଧରା ହୁଏ ସ୍ବର୍ଗ ଧାମ ,

ରାଜା ହେଉ ଅବା ପ୍ରଜା

ପ୍ରେମ ର ପରିଧି ଭିତରେ ଜୀବନ

ଉଡେ ମମତାର ଧ୍ବଜା ।


ପ୍ରକୃତିର ସୃଷ୍ଟି ଏ ସାରା ଜଗତ

ପ୍ରେମ ଫାଶେ ସର୍ବେ ବନ୍ଧା

ଫୁଲ ଭଅଁର ଠୁ ରବି କମଳିନୀ

ପରସ୍ପର ପ୍ରେମେ ଛନ୍ଦା ,

କବିତା ବନିତା ଲତା

ଟିକିଏ ପ୍ରେମରେ ବତୁରା ମାଟି ସେ

ଲଭେ ଇଶ୍ବରୀୟ ସତ୍ତା ।


କେତେ ପ୍ରେମ ଜଳେ କେତେ ପ୍ରେମ ଝଳେ

ପ୍ରେମ ସରେ ନାହିଁ କେବେ

ପ୍ରେମ ଐଶ୍ବର୍ଯ୍ୟ ମନ୍ଦାକିନୀ ଧାରା

ପ୍ରେମ ମହନୀୟ ଭବେ ,

ଭକତ ହୃଦୟ ଧନ

ପ୍ରେମ ମୟ ଏଇ ଚରାଚର ବିଶ୍ବ

ବନ୍ଦେ ଭକ୍ତ ଭଗବାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy