STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ପ୍ରେମ,,,,,

ପ୍ରେମ,,,,,

1 min
261


ପ୍ରେମ ଶାଶ୍ୱତ,ପ୍ରେମ ଚିରନ୍ତନ

ପ୍ରେମ ହିଁ ସଂସାର ଅଭିନ୍ନ ସମ୍ମାନ

ପ୍ରେମ ସର୍ବଗ୍ରାସୀ ହୃଦୟ ସ୍ପର୍ଶୀଳ

ପ୍ରେମ ଆନନ୍ଦ ପ୍ରେମ ଭଗବାନ


ପ୍ରେମ ମାନବ ଜୀବନର ସାରବସ୍ତୁ

ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ

ଅଥବା ପ୍ରକୃତ ଜୀବନ


ଯେଉଁଠାରେ ପ୍ରେମ

ସେହିଠାରେ ଜ୍ଞାନ ଓ ପବିତ୍ରତା

ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା।


ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ

ସ୍ୱାର୍ଥ ବିବର୍ଜିତ କରେ

ଆତ୍ମ-ବିସ୍ମୃତ କରେ


ପ୍ରେମରେ ଛୋଟବଡ଼ ନାହିଁ

‘ମୁଁ’ ‘ତୁ’ ନାହିଁ

ପ୍ରେମର ମହିମା କୀର୍ତ୍ତନ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେଁ ଏବଂ ତାହା ଆମ୍ଭମାନଙ୍କ ଭଳି ଲୋକର କାର୍ଯ୍ୟ ନୁହେଁ

ଆମ୍ଭେମାନେ ଏତିକି ମାତ୍ର କହୁଅଛୁଁ ଯେ ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ

ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଭୂମି


ଯାହା ଇନ୍ଦ୍ରିୟ ଶକ୍ତି ଜଡ଼ିତ ବା ସୁଖ ଲାଳସା ପ୍ରସୂତ ତାହା ପ୍ରେମ ନାମର ଯୋଗ୍ୟ ନୁହେଁ

ତାହା ଅସ୍ଥାୟୀ

ସୁଖର ଆଶା ଶେଷ ହେଲେ ତାହାର ଅସ୍ତିତ୍ୱ ପ୍ରାୟ ବିଲୁପ୍ତ ହୁଏ ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ

ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ; ତାହାକୁ ଅନନ୍ତ ଲକ୍ଷ୍ୟପଥରେ ଅଗ୍ରସର କରେ; ତାହାହିଁ ପ୍ରକୃତ ପ୍ରେମ


ଭକ୍ତ ସମ୍ପର୍କ ପ୍ରେମେ ବନ୍ଧା ସଦା

ପ୍ରେମ ପ୍ରିତୀ ଆଉ ଭକ୍ତିରେ ବନ୍ଧା

ପ୍ରେମ ହୃଦୟରେ ପଶିଗଲେ ଥରେ

ତାକାହୁ କେ ଅବା ପ୍ରେମ ଶୂନ୍ୟ କରେ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract