Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ପ୍ରେମ

ପ୍ରେମ

1 min
169



ତାଜମହଲକୁ ପଚରିନି କେବେ

ପ୍ରେମର ମାନେ ଟା କଣ

ହୁଏତ କହିବ ସ୍ମୃତିଚାରଣ

ଅବା କହିବ ସୌଧ ନିର୍ମାଣ ।


ଦର୍ଶକ କହନ୍ତି, ଖାଇଥିବ ଯିଏ ରାଣ

ପ୍ରେମ ଫଲଗୁର ପରିମାଣ

ଆଞ୍ଜୁଳେ ବିଶ୍ୱାସ ଅଣ୍ଟିଏ ଭରସା

ଏହାଠାରୁ ଆଉ କଣ?


ଭରସା ରେ ଭାସି ଜାଣ

ନିଶ୍ବାସ ରେ ଅବିଗୁଣ

ହୁଏତ ଦୁଇଟି ଅବୁଝା ମନର

ମିଶାଣ ଫେଡାଣ ଗୁଣନ ହରଣ ।


କେବେ ସମାନ୍ତର

କେବେ ଛେଦକର ଆବରଣ

କେବେବି କେନ୍ଦ୍ରରେ ଘୁରୁଥାଏ

ପର୍ଯ୍ୟାପ୍ତ ପର୍ୟାବରଣ ।


ପୁଣି କେବେ ଲୋକହସା

ପ୍ରତାରଣା ଯେବେ ସକାରଣ

ପ୍ରେମ ହୁଏ ଅକାରଣ

ହୃଦୟ ଭିତରେ କମ୍ପନ

ଦେଖି ଅବା ଦେଖାଇ ହୁଏନା

ପ୍ରତିଶୃତି ପରିଣାମର ପରିମାଣ।


Rate this content
Log in

Similar oriya poem from Abstract