STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ପ୍ରେମ

ପ୍ରେମ

1 min
191

ପ୍ରେମ ସଦା ଶାଶ୍ୱତ

ଚିରନ୍ତନ ଅଗରୁ 

 ଚନ୍ଦନ ସମ

ପବିତ୍ର ମନମହକ

ଦୁଇଟି ଆତ୍ମାର ମିଳନ

ପୂଣ୍ୟତୋୟା ଗଙ୍ଗାର

  ସ୍ଵରୂପ

ସୃଷ୍ଟିର ଏକ ହିଁ ସତ୍ୟ

ରୂପା ଜହ୍ନର ଝଲକ

ସ୍ମରଣ ମାତ୍ରକେ ଭରିଦିଏ

ଶରୀରେ ଉନ୍ମାଦନାର ପରଶ

ଆହ୍ଲାଦରେ ଭରି ଉଠେ ପଲକ

ଭିଜା ଭିଜା ମାଟିର ସୁଗନ୍ଧ

କୋମଳ ପୁଷ୍ପ ପାଖୁଡାର

ମହକିତ ବାସମୟ ଅତର

ଫଗୁଣର ଅବିର ସଦୃଶ୍ୟ

କୃଷ୍ଣଚୂଡାର ମନଲୋଭା ରଙ୍ଗ

ଶିହରାଇ ଦିଏ ତନୁମନ

ଏ ସଂସାରେ ସୃଷ୍ଟି କରାଏ ଏକ ସ୍ୱତନ୍ତ୍ର ଅଭିନ୍ନ ପରିବେଶ

 ଚତୁଃପାର୍ୱ୍ କରାଏ 

 ଅମୃତମୟ

ଆଙ୍କିଦିଏ କଳ୍ପନାରେ

ଗୋଧୂଳିର ଚିତ୍ରପଟ୍ଟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational