STORYMIRROR

Pramod Kumar Jena

Romance

3  

Pramod Kumar Jena

Romance

ପ୍ରେମ

ପ୍ରେମ

1 min
316

ବର୍ଷ ବର୍ଷ ଧରି           କି ପ୍ରେମ କରିଲୁ

ଲହୁ ହେଲା ନାହିଁ ଲୁହ

ଦିନ କେଇଟାରେ        କି ପ୍ରେମ କରିଲ

ଆମକୁ ଟିକିଏ କୁହ


ଅବାଟୁଆ ପଥେ           ଲୁଚି ଛପି କରି

ଧେଣ୍ଡୁରା ପିଟୁଛ ଏତେ

ଆମ ଏ ବନ୍ଧନ               କେତେ ଯେ ନିବିଡ

ହେବନି ତୁମ ପରତେ


ଯେତେ ପୂଜା ବିଧି          ବ୍ରତ ଉପବାସ

ସବୁ ପରସ୍ପର ପାଇଁ

ଝଗଡା ଝଗଡି       ଲୋକ ଦେଖାଣିଆ

ମନରେ ମଇଳା ନାହିଁ


ସଂସାର ଜଞ୍ଜାଳ      ସୁଖେ ଦୁଃଖେ ଠିଆ

କମେ ନାହିଁ ଆମ ପ୍ରେମ

ଏ ପ୍ରେମ ନୁହଁଇ           ସତର ଦିନିଆଁ

ବନ୍ଧନ ସାତ ଜନମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance