STORYMIRROR

Sasmita Choudhury

Romance

3  

Sasmita Choudhury

Romance

ପ୍ରେମ

ପ୍ରେମ

1 min
209

ପ୍ରେମ ଜୀବନର 

ଶୁଭ୍ର ଜ୍ୟୋତ୍ସ୍ନାସ୍ନାତ

ସୁଖମୟ ଅନୁଭୂତି, 

ବିଶ୍ବ ଜନର ମାନସପଟ୍ଟର

ସୁମଧୁର ସ୍ବଗତୋକ୍ତି। 


ପ୍ରେମ ତ ନ ଜାଣେ 

ବୟସ, ଆୟୁଷ, 

ରୂପ କି ରଙ୍ଗ ବିଶେଷ, 

କାହା ପାଇଁ କେବେ 

ଆସେ ସେ ଅନ୍ତରୁ 

ମୃତ୍ୟୁରେ ନହୁଏ ଶେଷ। 


ପ୍ରେମରେ ନଥାଏ 

ଲାଭ, କ୍ଷତି, ସୁଧ, 

ମୂଲ ଚାଲ, କିଣା ବିକା, 

ପ୍ରାପ୍ତିର ନୁହେଁ ସେ

ତ୍ଯାଗର ଅମ୍ଲାନ 

ସ୍ବଚ୍ଛ ଆଲୋକ ବର୍ତ୍ତିକା। 


ପ୍ରେମ ସିନା ବିଶ୍ବ-

ଜୀବନ ଆଧାର 

ମାତା-ଶିଶୁ, ପ୍ରେମୀ

ଅବା ପତି-ପତ୍ନୀ ଠାରେ, 

ଗୁରୁ ଗୁରୁଜନ, 

ଦେବତାଙ୍କ ଲାଗି 

ଝରେ ସେ ଭକ୍ତି ରୂପରେ। 


ତରୁ, ତୃଣ, ପଶୁ - 

ପାଇଁ ସେ ଧରଇ

ସ୍ନେହ, ମମତାର ରୂପ, 

ପ୍ରେମେ ବଶୀଭୂତ 

ଏ ସାରା ଜଗତ 

ସ୍ବର୍ଗୀୟ ତା'ର ସ୍ବରୂପ। 


ପ୍ରେମ ଠାରୁ ପ୍ରାପ୍ତି 

ଆଶାର ଫେଡାଣ 

ମିଶାଇଲେ ତହିଁ ତ୍ଯାଗ, 

ଗୁଣି ହୋଇଯାଏ 

କୋଟି ଅନ୍ତରାତ୍ମା 

ସହଜରେ ଛିଡେ ଭାଗ। 


ବିଶ୍ବ ପ୍ରେମମୟ 

ନାହିଁ ତା ବିଲୟ 

ନାହିଁ ଟି ଇୟତ୍ତା ତା'ର, 

ଦେହାତୀତ ସେ ତ

ଭାବ ତରଙ୍ଗିଣୀ 

ପୂଣ୍ୟର ଫଲଗୁଧାର । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance