STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ପ୍ରେମ

ପ୍ରେମ

1 min
315

ପ୍ରେମର ପିଆଲା ବହୁତ ନିଶା

ଏ ନିଶା ଗ୍ରାସିଲେ ଉଡେ ଭରଷା

ବାଦଲ ସଦୃଶ୍ୟ ପ୍ରେମ

ବାହୀବ ପବନ ବରଷା ହେବ ଲୋ

ଜୀବନ ହୋଇବ ବାମ


ଆଜିକାଲି ଟୋକା ଟୋକିଙ୍କୁ ଦେଖି

କାମନା ବାୟାରେ ରୁହନ୍ତି ଟାକି

ବାଳ ମୁକୁଳା କୁ ,ଥୋଡି ଟା ଲାଲ

ଫୋଟା କପଡ଼ାରେ ନାଭିର ଖାଲ


ମୁକୁଳା ବାଳ ରେ ଗୋଲାପ କଢ଼

ସ୍କିନ ଫିଟ ପେଣ୍ଟ ଭାବନା ଝଡ଼

ହାଇହିଲ ଟିପ ଆଙ୍ଗୁଠି ଜୂତା

ମୋବାଇଲ ବାଲି ଚକା ଭୃଲତା


ସ୍କଟ୍ ପିନ୍ଦ୍ଧି ସତେ ବିଶ୍ୱ ସୁନ୍ଦରି

ତାକୁ ଦେଖି କିରି ଉଡେ ଛିନ୍ଦିରି

ଟୁପୁରୁ ଟାପୁରୁ ମୁରୁକି ହସା

ପିଲାଙ୍କ ମୁଣ୍ଡରେ କାଳର ବସା


ରଙ୍ଗମଞ୍ଚ ଭଳି କରନ୍ତି ଖେଳ

ପିଲାଙ୍କ ପାଇଁ ଖୋଳନ୍ତି ଖାଲ

ମା ଜାଟି ଏଇ ସଂସାର ହେଲା

ପିଲାଙ୍କର ମୁଣ୍ଡେ ଆଉ କିଛିନାହି

ପିଉଛନ୍ତି ସବୁ ପ୍ରେମ ପିଆଲା


ହୋଇଗଲେ ସବୁ ବାଳୁଙ୍ଗା ଟୋକା

ଚକରି କଟାକୁ ରସିକ ବୋକା

ପାର୍କ ବଗିଚାରେ ଚୁମା ଚୁଚୁମା

ସୋଇପିନ୍ଗ୍ ମଲ ଷ୍କ୍ରିନ ସିନେମା


ନାହିଁ ଜାତି ଗୋତ୍ର ନାହିଁ ଯେ କୂଳ

ଅନ୍ଧ ଭାବେ ଖେଳି ଯୌବନ ଖେଳ,

ଜୀବନକୁ ଠେଲି ନର୍କ ଭୋଗରେ

ପରିବାର ମଲେ ଦୁଃଖ ଶୋକରେ


ଧନ୍ୟ ରେ ତୁହି କଳାବିନ୍ଧାଣି

ଗୋପପୁରୁ ସୁରୁ ତୋର କାହାଣୀ

ତୁ କରିଦେଲେ ପ୍ରଭୁଙ୍କ ଲୀଳା

ପ୍ରେମିକ କରିଲେ ଆଦେଖା କିଳା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract