Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

4  

Jagannath Barik

Classics

ପ୍ରେମ

ପ୍ରେମ

1 min
488


ସ୍ରଷ୍ଟା ସୃଷ୍ଟିର ଶ୍ରେଷ୍ଠ ଦରବ ପ୍ରେମ ବୋଲି ବେନି ବର୍ଣ୍ଣ 

ଯାହାର ପରଶେ ବିଶ୍ୱ ଭୁବନ ମାଧୁର୍ଯ୍ୟର ରସଘନ ||

ପ୍ରେମ ଜଳେ ଥରେ ଅବଗାହୀ ହେଲେ ଜୀବନ ହୁଏ ସାର୍ଥକ 

ପ୍ରେମ ବିରହିତ ପ୍ରାଣୀ ମୃତବତ ଶୁଷ୍କ ନିରସ ବାଧକ ||

ବଇକୁଣ୍ଠ ଦିବ୍ୟ ଧାମ କଇବଲ୍ୟ ପ୍ରେମ ପ୍ରୀତି ମହାଧନ 

ସୁର ତରଙ୍ଗିଣୀ ନିସର୍ଗ ତରଣୀ ଅମୂଲ୍ୟ ମଣି କାଞ୍ଚନ ||

ସେହି ପ୍ରେମଧନ ଅମୂଲ୍ୟ ଭୂଷଣ ଭୂଷିତ ଯେ ନାରୀ ନର 

କିବା ବଡ଼ ତାଙ୍କ ପକ୍ଷେ ଇନ୍ଦ୍ରପଦ ଧନପତି ରତ୍ନାକର ||

ପ୍ରେମକଳା ଯୁକ୍ତ ସୁରସ ରସିକ ଜଗତରେ ଏକା ଧନ୍ୟ 

ପ୍ରେମ କଳାହୀନ ଅରସିକ ଜନ ଜୀବନ ନିଷ୍ପ୍ରୟୋଜନ ||

ରସିକଜନର ବଢ଼େ ଆୟୁ ବଳ ଯଶ ସଙ୍ଗେ ପଉରୁଷ 

ଅରସିକ ଜନ ଯାନ୍ତ୍ରିକ ଜୀବନ ରସହୀନ ଅନାଭୂଷ ||

ଯେତେ ବୁଦ୍ଧି ବଳ କଳା କଉଶଳ ନବ ନବ ଉଦ୍ଭାବନ 

ଦେଖ ସବୁଥିରେ ସଫଳ ଅଚିରେ ହୁଅଇ ପ୍ରେମିକ ଜନ ||

ଯେତେ ମହାତମା ଜ୍ଞାନୀ ସିଦ୍ଧକର୍ମା ତାପସ ବୀରେନ୍ଦ୍ର ଗୁଣୀ 

ସଫଳତା ପଛେ ରହିଅଛି ନିଶ୍ଚେ ବଳିଷ୍ଠ ପ୍ରେମ ନିଶୁଣି ||

ପ୍ରେମମୟ ହରି ଜଗଦ୍ଗୁରୁ କୃଷ୍ଣ ପ୍ରେମ ଷୋଳ କଳାଧାରୀ 

ଷୋଳସସ୍ର ଗୋପୀ ଅଷ୍ଟ ପାଟବଂଶୀ ଅଷ୍ଟସଖୀ ମନୋହାରୀ ||

ପ୍ରେମମନ୍ତ୍ର ଗାଇ ରାଣୀ ମୀରାବାଈ ପାଇଗଲେ ରସନିଧି 

ପ୍ରେମରେ ଅର୍ଜୁନ ହୋଇଣ ନିପୁଣ ବୀରତ୍ୱ କଲେ ପ୍ରସିଦ୍ଧି ||

ପ୍ରେମେ କ୍ଲିଓପ୍ଲାଟା ଜୁଲିୟସସିଜର ରଚିଗଲେ ଇତିହାସ 

ପ୍ରେମରେ କେଦାର ଗଉରୀ ଲଇଲା ମଜନ କୀର୍ତ୍ତି ପ୍ରକାଶ ||

ରବି କମଳିନୀ ଚାନ୍ଦ କୁମୁଦିନୀ ବାରିଦେ ବରହି ଧ୍ୟାନ 

କଵି କବିତାରେ ସରିତ ସାଗରେ ଭକ୍ତ ସଙ୍ଗେ ଭଗବାନ ||

ପ୍ରେମ ଦିଏ ବଳ ପ୍ରେମ ଦିଏ ବୁଦ୍ଧି ପ୍ରେମ ଦେଇଥାଏ ସିଦ୍ଧି 

ପ୍ରେମ ଗତି ମୁକ୍ତି ପରମ ଶାଶ୍ଵତୀ ପ୍ରେମ ପୂର୍ଣ୍ଣ ସୁଧାନିଧି ||

ବିବିଧ ପ୍ରେମର ବିବିଧ ଭାବନା ବଢ଼ାଏ ପୁରୁଷାକାର 

ଜାତିପ୍ରେମ ଦେଶପ୍ରେମ ପିତୃପ୍ରେମ ମାତୃପ୍ରେମ ଦୁନିର୍ବାର ||

ପ୍ରେମରେ ବନ୍ଧା ବିଶ୍ୱ ଚରାଚର ପ୍ରେମ ଆକର୍ଷଣ ବିନ୍ଦୁ

ପ୍ରେମ ବଳେ ସିନା ସରବେ ତରିବା ସହଜରେ ଭଵସିନ୍ଧୁ ||



Rate this content
Log in

Similar oriya poem from Classics