Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Romance

3.4  

NIBEDITA MOHAPATRA

Romance

ପ୍ରେମ

ପ୍ରେମ

1 min
199



ପ୍ରେମ କେବେ ମାନେ ନାହିଁ ସୀମା ସରହଦ

ପ୍ରେମ ପୁଣି ମାନେ ନାହିଁ ଉଚ୍ଚନୀଚ ଭେଦ

ପ୍ରେମ ବୁଝେ ନାହିଁ ଅହଙ୍କାର ଛନ୍ଦ ବାଦ

ପ୍ରେମରେ ଭରିଛି ପବିତ୍ର ଓଁକାର ନାଦ।


ପ୍ରେମ ତ ଶିଖାଏ ନାହିଁ କେବେ ବିଭେଦତା

ପ୍ରେମ ଶିଖାଏ ନାହିଁ ପ୍ରତାରଣା କ୍ରୁରତା

ପ୍ରେମ ପାଖେ ମିଳ‌ଇ ନାହିଁ ସ୍ବାର୍ଥପରତା

ପ୍ରେମ ତ ସମର୍ପଣ ପୁଷ୍ପରେ ବିମଣ୍ଡିତା।


ପ୍ରେମ ଯେ ଅଟ‌ଇ ଶଦ୍ଦ ହୀନ ଅଭିବ୍ୟକ୍ତି

ପ୍ରେମ ମଧ୍ୟେ ଲୁକ୍କାୟିତ ଅସରନ୍ତି ଶକ୍ତି

ପ୍ରେମ ବହ୍ନି ଜଗାଏ ମନରେ ଅନୁରକ୍ତି

ପ୍ରେମରେ ମିଳନ୍ତି ହରି କରୁଥିଲେ ଭକ୍ତି।



ପ୍ରେମ ଅଟଇ ସଦା ସତ୍ୟ ଶିବ ସୁନ୍ଦର

ପ୍ରେମ ତ ଅମୂଲ୍ୟ ଦାନ ମହାବାହୁଙ୍କର।


Rate this content
Log in

Similar oriya poem from Romance