STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ପ୍ରେମ

ପ୍ରେମ

1 min
150

ପ୍ରେମ ଏକ ବଢିଲା ନଈର ସୁଅ

ପ୍ରେମ ଏକ ହତାଶ ମନର କୋହ

ପ୍ରେମ ଦୁଇଟି ମନର ପ୍ରଣୟ ମନ୍ଦିରେ

ହସୁଥିବା ଦୁଇ ଦିଅଁ ।

ପ୍ରେମ କେବେ ହେଇ ପାରେ

ଦି' ଟୋପା ଲୁହ 

କେବେସେ ବତାସୀ ଝଡ

ଅବ୍ୟକ୍ତ କୋହ।

କେବେ ସେ କାଳ ବୈଶାଖୀ

ନୀଡ ଭଙ୍ଗା ଚଢେଇର

ତତଲା ଲୁହ ।

ପ୍ରେମ ଏକ ତାରା ଭରା 

ଅଳସୀ ରାତି

ମଧୂ ଜାମିନୀ ଝରା ସେ 

ଅସରା ପ୍ରୀତି ।

ରାତି ସାରା ଅଭିସାରେ

ହଜି ପ୍ରେମ ବରଷାରେ

ଭିଜାଏ ଦେହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance