STORYMIRROR

Sushree sangita Swain

Romance Fantasy

3  

Sushree sangita Swain

Romance Fantasy

ପ୍ରେମ

ପ୍ରେମ

1 min
194

ପ୍ରେମ,

ଦଂଶିତ କୃଷ୍ଣଚୂଡ଼ାର କରୁଣ ଆଳାପ

ବ୍ୟବସାୟୀକ ସମ୍ପର୍କ,

ଜଗତୀକରଣର ନିଷ୍ଠୁର ବିଳାପ!

ଶ୍ଲେଥ ଆବେଗ,

ଅଜଣା ଭାବାବେଗର ପ୍ରତାରିତ ଅନୁରାଗ

ପ୍ରେମ,

ସମ୍ପର୍କର ରସଘନ ମୁହୂର୍ତ୍ତ

ଅଥବା ମୃତ୍ୟୁ ପରି ଦୁର୍ବୋଧ୍ୟ ରହସ୍ୟାତ୍ମକ ସଂଳାପ

ପ୍ରେମ

ଅଶ୍ରୁ ଦଗ୍ଧ ବୈଶାଖୀ ଐଶ୍ୱର୍ଯ୍ୟ ନା

ପ୍ରତ୍ୟୟ ଜ୍ୟାମିତିର ଏକ ଭୁଲ ରେଖାଚିତ୍ର

ପ୍ରେମ, ଆଶା ପ୍ରତ୍ୟାଶାର ଅମ୍ଲାନ ସ୍ଵାକ୍ଷର

ସମ୍ଭାବନା ଓ ସଦିଚ୍ଛାର ଅମୃତ ଓଁକାର

ପ୍ରାପ୍ତି ଓ ଅପ୍ରାପ୍ତିର ନଗ୍ନ ଇସ୍ତାହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance