STORYMIRROR

Jharana Rout

Abstract

4  

Jharana Rout

Abstract

ପ୍ରେମ

ପ୍ରେମ

1 min
369


କାହା ପାଁଇ ପ୍ରେମ ବାଲିର ଘର, 

କାହା ପାଁଇ ଏଠି ସ୍ଵର୍ଗ||

କାହା ପାଁଇ ଅଟେ ସ୍ୱାର୍ଥପର ତ, 

କାହା ପାଇଁ ପୁଣି ନିସ୍ୱାର୍ଥପର ||


କାହା ପାଁଇ ଅଟେ କଣ୍ଟକିତ ପଥ, 

କାହା ପାଇଁ ପୁଣି ଫୁଲର ହାଟ ||

କାହା ପାଇଁ ଅଟେ ଆଶା ବିଶ୍ବାସ, 

କାହା ପାଁଇ ପୁଣି ନିରାଶ ||


କାହା ପାଇଁ ଅଟେ ସିନ୍ଦୂର ଛିଟା, 

କାହା ପାଁଇ ପୁଣି ରଙ୍ଗ ହୀନ ||

କାହା ପାଁଇ ଅଟେ ଚୋରା ଚଇତି 

କାହା ପାଁଇ ପୁଣି ଅଟେ ଅମାବାସ୍ୟା ||


କାହା ପାଁଇ ଅଟେ ଭିଜା ଶ୍ରାବଣ, 

କାହା ପାଁଇ ପୁଣି ଅଗ୍ନି ଶିଖା||

କାହା ପାଁଇ ଅଟେ ବିଶ୍ବାସ ପ୍ରତୀକ, 

କାହା ପାଁଇ ପୁଣି ମିଛର ଘାତକ||


କାହା ପାଁଇ ଅଟେ ମରୁଭୂମି ବାଲି, 

କାହା ପାଇଁ ପୁଣି ଚିର ସ୍ମରଣୀୟ ||

କାହା ପାଇଁ ଅଟେ ଦୁଃଖର ଯନ୍ତ୍ରଣା 

କାହା ପାଁଇ ପୁଣି ସୁଖର ଝରଣା ||


Rate this content
Log in

Similar oriya poem from Abstract