Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

3.2  

Sadananda Sahoo

Romance

ପ୍ରେମ

ପ୍ରେମ

1 min
277



ସିଧା କଥା ତୋତେ କହୁଛି ଲୋ ମୁଁ'ଯେ 

    ତୋ'ପ୍ରେମେ ଯାଇଛି ହଜି ,  

ମୋ ହୃଦୟର ଫୁଲ ମୂଲତୋ ଅମୂଲ 

    ପାରିବିନି ତୋତେ ମୁର୍ଛୀ ॥ 


ନିଆରା ଏ'ପ୍ରେମ ଅତୁଟ ବନ୍ଧନ 

   ସଂପର୍କ ମାଣିକ ଜ୍ୟୋତି , 

ଜନ୍ମ ଜନ୍ମାନ୍ତର  ସାତ ଜନମର 

   ଅଲିଭା ଏ'ପ୍ରେମ ସ୍ମୃତି ॥ 


ବୟସର ଛାପେ ମଳିନ ନଦିଶେ 

   ଔଜ୍ଜଲ୍ୟ ମୁକ୍ତା ପିରତୀ , 

ସୃଦୃଢ ଏ' ପ୍ରେମ  ହୃଦୟ ବିଭବ 

    ଅରଜଇ ନିତି  କୀର୍ତ୍ତି ॥ 


ରବିନାରାୟଣ ପ୍ରେମ ପରାୟଣ 

  ଶୋଭାବତୀ ପ୍ରେମେ ଶାନ୍ତି , 

ପ୍ରତି ମୁହୂର୍ତ୍ତରେ ଆଖିର ପଲକେ 

   ଜଳିଉଠେ ପ୍ରେମ ବତୀ ॥ 


ଅପାସୋରା ଛବି ହୃଦୟ ସରାଗି 

   ଆଖିର କପୋତୀ ଶୋଭା , 

ଦଣ୍ଡେ ନଦେଖିଲେ ମନପ୍ରାଣ ଝୁରେ 

   ଉଦ୍ଗୀରଣ  ହୁଏ ଆଭା ॥ 


ଶୋଭା ମନଲୋଭା ସୁଲଭ ସୌଲଭା 

    ରବିଙ୍କର ଅର୍ଦ୍ଧାଙ୍ଗିନୀ , 

ସବୁ ଜନମରେ ସେ'ପତ୍ନୀ ରୂପରେ 

    ପ୍ରେମ ସ୍ଵପ୍ନ ବିଜୟିନୀ  ॥ 

      

ଶୋଭା ବିନା କିଛି  ଭଲବି ଲାଗେନି

    ଆହାକି ତା' ପ୍ରେମ ସ୍ପର୍ଶ , 

ନୀଡକୁ ଫେରିଲେ ସର୍ବସୁଖ ମିଳେ 

    ମୁଖେ ଖେଳେ ଚିରହର୍ଷ ॥ 


ଖାଦ୍ୟ ପରଷିଲେ ସର୍ବଶାନ୍ତି ମିଳେ 

    ବିଷବି ଅମୃତ ଲାଗେ , 

କାହିଁକି କେଜାଣି ମନ ନିଏ କିଣି 

    ହୃଦୟରେ ପ୍ରେମ ଜାଗେ ॥ 


ଆଖିର ସପନ ଶାବକ ସୁନ୍ଦର 

    ପିଣ୍ଟୁ ଲୁସୀ ଧନମାଳି , 

ବୋହୂ ରାଣୀ ମାମା କୁଳର ଗାରିମା 

     ନନ୍ଦବଂଶର ବର୍ଣ୍ଣାଳୀ  ॥ 


ଦୀପକ ମୌକ୍ତିକ ଜାମାତା ମାଣିକ 

    ଲୁସୀ କନ୍ୟା ସୌଭାଗିନୀ , 

ହସରେ ଖୁସିରେ ପିଲା ପରିବାରେ 

    ରଵି ଶୋଭା ଚିରନ୍ତନି ॥ 


ସମାଜ ସେବାରେ ଶୋଭା ପାଦ ଥାପେ 

     ପ୍ରେରଣାର ଉତ୍ସ ସ୍ଵାମୀ , 

ସରସ ଭାବନା ରଵି ଆଶ୍ବାସନା 

   ପତ୍ନୀ ଶୋଭାବତୀ ଧର୍ମୀ ॥ 


ରାଜନୀତି ସାଥୀ ପ୍ରିୟା ଅର୍ଦ୍ଧାଙ୍ଗିନୀ 

     ବିଜେପିର ମହାନେତ୍ରୀ , 

ସମାଜ ସେବାରେ ଦିନ ବିତି ଯାଏ 

     ସ୍ଵାମୀଙ୍କ ପ୍ରେରଣା କୃତି ॥ 


ପ୍ରେମ ଉପଜୀବ୍ୟ ଦୁହେଁ କୃତକୃତ୍ୟ 

    ବୟସର  ଅପରାହ୍ନେ , 

ଦୁହେଁତ ଦୁହିଁକ ଜୀବନ ସଙ୍ଗାତ 

    ସମୀର କମଳ ଯେହ୍ନେ ॥ 


ବଳିଷ୍ଠ ସଂପର୍କ  ଜୀବନ ଜାତକ 

    ପତିପତ୍ନୀ ଦୁହେଁ ସୁଖି , 

ନିରନ୍ତର ପ୍ରେମ ଅଯାଚିତ ସ୍ନେହଁ 

    ମନପ୍ରାଣ ଯାଏ ଲାଖି  ॥ 


ପ୍ରଭୁ ଜଗନ୍ନାଥ ହୋଇବ ସଦୟ 

    ନିଆରା ଏ'ପ୍ରେମ ଛବି , 

ରଵି ଶୋଭା ପ୍ରେମ ଉଦ୍ଭାସିତ ହେଵ 

    ଜଗତେ ଅବଶ୍ୟମ୍ଭାବି ॥ 


ହସୁଏ' ସଂସାର ଶୋଭା ରବିଙ୍କର 

     ନିଆରା ଏ'ପ୍ରେମ ଡୋରି , 

ଆହେ ଗୋପୀନାଥ ରେମୁଣା ସଙ୍ଗାତ 

    ଜଗତେ ପଡିବ ହୁରି ॥



Rate this content
Log in

Similar oriya poem from Romance