STORYMIRROR

Kumar Mrutyunjay

Romance

2  

Kumar Mrutyunjay

Romance

ପ୍ରେମ

ପ୍ରେମ

1 min
145

ପ୍ରେମ

କଣ ଏହା ଦୁଇ ଅକ୍ଷର ର

ଗୋଟିଏ ଶବ୍ଦ ରେ ସୀମିତ 

ନା,ଜଗତର ଏକ ମହାଶକ୍ତି ରେ 

ଅଚିରେ ହୋଇଛି ପରିବ୍ୟାପ୍ତ 


କିଏ କହିପାରିବ ଏହାର ସଂଜ୍ଞା 

ଅବା ଦେଖେଇପାରିବ ଆୟତନ 

ରୂଢିବାଦି ଏଇ ସମାଜ ରେ 

କେ ଅବା କରିବ ପୁଣି ଆକଳନ 


ଏହା କାମନାପୂର୍ଣ୍ଣ ଏକ ଆକର୍ଷଣ 

ନା ହୃଦୟ ବେଦନା ର ଆବେଦନ 

ପୁଣି ଶାଶ୍ୱତ ଅନନ୍ତ ପରି ଶବ୍ଦ ମଧ୍ୟେ 

କରି କି ପାରିବା ଆମେ ନିରୂପଣ 


ସତରେ କଣ ପ୍ରେମସୌଧ ତାଜମହଲ 

ନା ହୃଦୟରେ ଥିବା ଅନ୍ଦରମହଲ 

କାହା ହୃଦୟରେ କେତେକେତେ 

ତାଜମହଲ ଗଢ଼ା ହୋଇଛି 

ପୁଣି ଭାଙ୍ଗିରୁଜି ଖଣ୍ଡଖଣ୍ଡ ହେଇ 

ମାଟିରେ ମିଶିଯାଇଛି 


ଏଥିରେ ପ୍ରେମର କିଛି ଫରକ ପଡିଚି 

ନା କିଛି ଫରକ ପଡିବ 

ପ୍ରେମ କାଲି ରହିଥିଲା ଆଜି ରହିଛି 

 ଏ ବ୍ରହ୍ମାଣ୍ଡ ଥିବା ଯାଏ ରହିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance